ବରଗଡ :- ବରଗଡ଼ ଜିଲ୍ଲାର ସବୁ ସ୍ଥାନରେ କୋଶଲ ମହାବନ୍ଦର ପ୍ରବଳ ପ୍ରଭାବ ପରିଲକ୍ଷିତ ହୋଇଛି । ପଦ୍ମପୁର ଉପଖଣ୍ଡ ପଦ୍ମପୁର , ଗାଇସିଲେଟ , ବିଜେପୁର, ପାଇକମାଲ , ଝାରବନ୍ଧ ଅଞ୍ଚଳର ସମସ୍ତ ଦୋକାନ ବଜାର ଶିକ୍ଷା ଅନୁଷ୍ଠାନ, ସରକାରୀ ବେସରକାରୀ ଅଫିସ ସହିତ ଅନେକ ସ୍ଥାନରେ ରାସ୍ତାଘାଟ ମଧ୍ୟ ବନ୍ଦ କରାଯାଇଛି । କୋଶଲ ସେନା ଓ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ର ଆହ୍ୱାନ କ୍ରମେ ବନ୍ଦ ରହିଥିବା ସମସ୍ତ ସ୍ଥାନରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ଅଂଚଳ ର ଲୋକେ ସ୍ବତପ୍ରବୃତ ଭାବରେ ସମ୍ମର୍ଥନ ଜଣାଇ ଏହି ମହାବନ୍ଦ ରେ ସାମିଲ ହୋଇଥିଲେ । ଅଞ୍ଚଳ ର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ , ସହିତ କୃଷକ ସଙ୍ଗଠନ , ବିଗତ ଦିନରେ ଅଂଚଳେ ବାଳକୋ କମ୍ପାନୀ ବିରୋଧ ରେ ଆନ୍ଦୋଳନ କରି ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ରୁ ଖଣି ଖନନ କୁ ବିରୋଧ କରିଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ( କପିଳମୁନି ଆଶ୍ରମ) ପ୍ରଭୁତି ଅନେକ ଅନୁଷ୍ଠାନ ଏହି ମହାବନ୍ଦ କୁ ସମ୍ମର୍ଥନ ଜଣାଇ ବନ୍ଦ ରେ ସାମିଲ ହୋଇଥିଲେ । ବନ୍ଦ ର ପ୍ରଭାବରେ ରାସ୍ତା ପୁରା ଖାଁ ଖାଁ ଲାଗୁଥିବା ବେଳେ ଜରୁରୀ କାଳୀନ ସେବାକୁ ବନ୍ଦ ରୁ ବାଦ ଦିଆଯାଇଛି । ପାଇକମାଲ ମୂଖ୍ୟ ଛକ ରେ ଦଳମତ ନିର୍ବିଶେଷରେ ମୁଜାଫର ହୁସେନ , ଖେତ୍ରୀ ଲୁହାର, ଆକାଶ ପାଣିଗ୍ରାହୀ , ସୁଶାନ୍ତ ନାଗ ,ରବିନାରାୟଣ ସାହୁ ଙ୍କର ନେତୃତ୍ୱରେ କୋଶଲ ସେନାର ସଭ୍ୟ ଓ ଅନେକ ସାଧାରଣ ଜନତା ପାଇକମାଲ ମୁଖ୍ୟ ଛକରେ ଆନ୍ଦୋଳନ କରି କୋଶଲ ରାଜ୍ୟ ର ଆବଶ୍ୟକତା ବାବଦରେ ନିଜର ମତାମତ ରଖିଥିଲେ ।
ରାଜ୍ୟ
କୋଶଲ ମହାବନ୍ଦର ମହାପ୍ରଭାଵ : ସ୍କୁଲ, କଲେଜ , ଦୋକାନବଜାର , ରାସ୍ତାଘାଟ ,ସରକାରୀ ବେସରକାରୀ ଅଫିସ ସବୁ ବନ୍ଦ
- Hits: 1984