ଢୋଲବନ୍ଧ: ସଚେତନ ହେମା ନାଟ୍ୟ ଅନୁଷ୍ଠାନ ଢୋଲବନ୍ଧରେ ଗୁରୁଙ୍କ ପୂଜା ଓ ଚରଣ ଧୌତ ଉତ୍ସବ ଶିଷ୍ୟ ମାନଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଯାଇଛି l କଳା ଜଗତର ଗୁରୁଗଣ ନିଜ କର୍ମ ଜଞ୍ଜାଳ, ପାରିବାରିକ ଅସୁବିଧା ସତ୍ୱେ ବହୁ ସମୟ ଦାନକରି ଶିଷ୍ୟଙ୍କର କଳାର ଉନ୍ନତି ପାଇଁ ସର୍ବଦା ବ୍ରତୀ ରୁହନ୍ତି l ନାଟ୍ୟକାର ରାଜକୁମାର ସାହୁ ଢୋଲବନ୍ଧ ପରି ଏକ ଗ୍ରାମାଞ୍ଚଳରେ ନାଟକ ଅନୁଷ୍ଠାନ ପ୍ରତିଷ୍ଠାକରି ନାଟ୍ୟ ଶିଷ୍ୟ ତିଆରି କରିବା ଏକ ଦୃଷ୍ଟାନ୍ତ ମୂଳକ ଇତିହାସ ନିଶ୍ଚୟ l ସଚେତନ ହେମାର ଶିଷ୍ୟବୃନ୍ଦ ଗୁରୁଦିବସ ଉପଲକ୍ଷେ ନାଟ୍ୟକାର ରାଜକୁମାର ସାହୁଙ୍କୁ ଦୀପ ଜାଳି ପୂଜାର୍ଚ୍ଚନା କରିବା ସହ ଉପଢୌକନ ପ୍ରଦାନ କରିଥିଲେ l ପରେ ଆଲୋଚନା ସଭାରେ ଭଗବାନଙ୍କୁ ପ୍ରାପ୍ତି ପାଇଁ ଗୁରୁଙ୍କ ଭୂମିକାକୁ ଲକ୍ଷ୍ମୀପ୍ରସାଦ ସାହୁ ନାଟ୍ୟକାରଙ୍କ ଉଦାହରଣ ଦେଇ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଅବସରରେ କୁଳମଣି ପଶୟତ, ଲକ୍ଷ୍ମୀପ୍ରସାଦ ସାହୁ, ଭିକ ବରିହା, ଘନଶ୍ୟାମ ଭୋଇ, ହେମନ୍ତ ମହାକୁର, ଘନଶ୍ୟାମ ସାହୁ, ସନ୍ଧ୍ୟା ପଶୟତ, ଅଙ୍କୁଶ ବହିଦାର, ବବୁଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ରାଜ୍ୟ
ସଚେତନ ହେମା ଅନୁଷ୍ଠାନରେ ଗୁରୁପୂଜନୋତ୍ସବ
- Hits: 251