ନିଶ୍ଚିନ୍ତକୋଇଲି ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ପକ୍ଷରୁ ପଂଚାୟତ ପ୍ରହଲ୍ଳାଦ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଅନ୍ଲାଇନ୍ ମାଧ୍ୟମରେ ଏହି ଶିବିରରେ ଯୋଗ ଦେବା ପାଇଁ ମୋଟ୍ ୧୦୧୫ ଜଣ ନାମ ପଂଜୀକୃତ କରିଥିବା ବେଳେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରମାଣ ପତ୍ର ଦେବାର ବ୍ୟବସ୍ଥା ହୋଇଥିଲା । ଅସ୍ଥିଶଲ୍ୟ ବିଭାଗ ରେ ୫୪୭ଜଣ, ମାନସିକ ଅନଗ୍ରସର ବିଭାଗରେ ୨୦୫ ଜଣ, ଦୃଷ୍ଟିହୀନ ବିଭାଗରେ ୧୩୮ ଜଣ, ଶ୍ରବଣ ବିଭାଗରେ ୧୨୫ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାଛଡା ୯ ଜଣଙ୍କୁ ବସ୍ ପାସ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ,ମେଡ଼ିକାଲ କର୍ମଚାରୀ, ବିଇଓ , ସରପ ରମାକାନ୍ତ ମହାନ୍ତି, ହିମାଂଶୁ ନାରାୟଣ ମଲ୍ଲ, ପୂର୍ବତନ ଜିଲ୍ଲାପରିଷଦ ବିନୋଦ କୁମାର ସାମଲ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault