ହେଡଲାଇନସ୍:

ତାଳପଦରରେ ପରବାସୀ କୁଟୁମର ନୁଆଁଖାଇ ଭେଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର,– ପରବାସୀ କୁଟୁମ ଓ ଉତାଲଗଡ ନାଟ୍ୟ ସଂସଦର ମିଲିତ ଆୟୋଜନରେ ବରଗଡ ଜିଲ୍ଲା ବିଜେପୁର ବ୍ଳକ ତାଳପଦର ସ୍ଥିତ ଖଗେଶ୍ୱର ମଣ୍ଡପ ଠାରେ ନୁଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ରବିବାର ସକାଲେ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମାପରେ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କପିଲେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡ.ହଲଧର ନାଗ, ନାଟ୍ୟକାର କେଶରଂଜନ ପଧାନ, ଗବେଷକ ଉତ୍ପନ୍ନ ଭୋଇ, ଡ.ସୁବାସ ମେହେର, ସାହିତିକ ଅଶୋକ ପୁଜାହାରୀ, ଶିକ୍ଷାବିଦ୍ ସୋମନାଥ ପଧାନ, ପରବାସୀ କୁଟୁମର ସଂପାଦକ ଡ.ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସଂଗଠକ ସପନ ମିଶ୍ର, ମୋହନ ସିଂହ କହ୍ନେଇ, ଉତାଲଗଡ ସଭାପତି ସର୍ଜନ ପଧାନ, ପୁର୍ବତନ ସଭାପତି ହୃଦମଣି ସାହୁ ପ୍ରମୂଖ ଅତିଥି ଭାବରେ ଏବ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ମୂଖ୍ୟବକ୍ତା ଭାବରେ ଯୋଗଦେଇ ଆଳୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଶାନ୍ତ ମିଶ୍ର ସଂଚାଳନ କରିଥିଲେ । ଚଳିତ ବର୍ଷ ସାହିତ୍ୟରେ ବରଗଡରୁ ଶିବଶଙ୍କର ପୁଝାରୀ, ସାହିତ୍ୟ ଅନୁଷ୍ଠାନ ଭାବରେ ବଲାଙ୍ଗିରର ତହଁକ ଅନୁଷ୍ଠାନ, ସମାଜସେବାରେ ବରଗଡର ସଙ୍କଳ୍ପ ପରିବାର, କଲାରେ ଭବାନୀପାଟଣାରୁ ପରମେଶ୍ୱର ମୁଣ୍ଡ, ଚାଷରେ ନୂଆଁପଡାରୁ ଇନ୍ଦ୍ରମଣି ପାଣିଗ୍ରାହୀ ଓ ଯୁବପ୍ରତୀଭା ବଲାଙ୍ଗିରରୁ ସୁଜିତ କୁମାର ଶତପଥୀଙ୍କୁ ପରବାସୀ ସମ୍ମାନ ଏବଂ ସମ୍ବଲପୁରରୁ ରତନ କୁମାର ପୁଜାହାରୀଙ୍କୁ ସଂଜୀବ ବଣିଆଁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବିମାନେ କବିତା ଆବୃତି କରିଥିଲେ । କବିତା ଆସରକୁ କବୟିତ୍ରୀ ସଂଗିତା ଷଢଙ୍ଗି, ଅରତୀ ସାହୁ, ଆଶୁତୋଷ ମେହେର ଓ ଆଶୁତୋଷ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ବହିପସରା, ବାଲୁକା ଶିଲ୍ପ, ଟେରାକୋଟା ଶିଳ୍ପ, ଚିତ୍ରକଳା ଓ ହସ୍ତଶିଲ୍ପ ପ୍ରଦର୍ଶନୀ ମଧ୍ୟରେ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ବୃକ୍ଷ ରୋପଣ ଅନୁଷ୍ଠାନର ସଦସ୍ୟ ତଥା ଗ୍ରାମବାସୀବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସର୍ବଶ୍ରୀ ଉମାକାନ୍ତ ଭୋଇ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ଉମେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault