ହେଡଲାଇନସ୍:

ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ନୁଆଁଖାଇ ଭେଟଘାଟ ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନୁଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଅଛି l ଏହି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ କହିଲେ ନୁଆଁଖାଇ ପର୍ବ ପ୍ରତ୍ୟେକ ଜିଲ୍ଲାରେ ପାଳନ କରାଯାଇଛି l ଏହାଦ୍ୱାରା ସାଂସ୍କୃତିକ ଭାବନା ଆଦାନ ପ୍ରଦାନ ହୋଇପାରିଛି l ଏହା ୧ କୃଷିଭିର୍ତ୍ତିକ ପର୍ବ l ସମସ୍ତେ ମିଳିମିଶି ନୂଆ ଖାଦ୍ୟ ଖାଇଥାନ୍ତି l ଏହି ନୁଆଁଖାଇ ପାଳନ ଅବସରରେ ମହିଳା ସ୍ୱୟଂ ସହାୟକ ସଦସ୍ୟା ମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗିତା ବେଶ ଆକର୍ଷଣୀୟ ହୋଇଛି l ଚାରିଟି ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ବଲପୁର ନୃତ୍ୟ, ଗୀତର ଆୟୋଜନ ହୋଇଛି l ଏହି ଉତ୍ସବରେ ମୁଖ୍ୟଅତିଥି ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଏହି ଗଣ ପର୍ବ ବିଷୟରେ ବାଖ୍ୟା କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ ପର୍ବର ସାଂସ୍କୃତିକ ଭାବଧାରାକୁ ଆଦାନ ପ୍ରଦାନ ଓ ପଶ୍ଚିମ ଓଡିଶାର ସାଂସ୍କୃତିକ ଦଳକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ l ଶିକ୍ଷାବିତ ଶ୍ରୀ ନରେନ୍ଦ୍ର କୁମାର ଆଚାର୍ଯ୍ୟ ନୁଆଁଖାଇ ପର୍ବ ପାଳନର ଐତିହାସିକ ପୃଷ୍ଠଭୂମି ସଂପର୍କରେ ସୂଚନା ଦେଇଥିଲେ l ପଶ୍ଚିମ ଓଡିଶା ଓ ଉପକୂଳ ଓଡିଶାର କୃଷିଭିର୍ତ୍ତିକ ଗଣ ପର୍ବ ସଂପର୍କରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଅର୍ଚ୍ଚନା ସିଂ, ଉପଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକ ଯୋଗଦେଇ ନୁଆଁଖାଇ ପର୍ବର ବିଶେଶ୍ୱତ୍ୱ ସଂପର୍କରେ ଅବଗତ କରାଇଥିଲେ l ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀ ପୋଡପିଠା ପ୍ରସ୍ତୁତି କରିଥିବାବେଳେ ଜିଲ୍ଲାପାଳ ପୋଡପିଠା କାଟି ଜଗନ୍ନାଥ ଏବଂ ମା ସମଲେଇଙ୍କୁ ଅର୍ପଣ କରିଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault