ଗୁରୁଦିବସ ଉତ୍ସବ ଅବସରରେ ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ କାର୍ଯ୍ୟକ୍ରମ : ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 240 ଜଣ ଗୁରୁ ସମ୍ବର୍ଦ୍ଧିତ l
(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- ପୂର୍ବତନ ମନ୍ତ୍ରୀ ତଥା 7ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ ନିଆରା ପ୍ରୟାସ l ସମଗ୍ର ଓଡ଼ିଶାରେ ଏକ ଦୃଷ୍ଟାନ୍ତ ଉଦାହରଣ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଗୁରୁପୂଜନ କମିଟି ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଉତ୍ସବ ଉପଲକ୍ଷେ ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ 2022 ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ବିଇଓ, ଏବିଇଓ, ଅବସର ପ୍ରାପ୍ତ ଗୁରୁ ମାନଙ୍କୁ ମାନପତ୍ର, ସିଲ, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଶିକ୍ଷକ ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଗଢି ତୋଳିବାରେ ଗୁରୁଜୀ ଗୁରୁମା ଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ l
ମୁଖ୍ୟ ଵକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦ, ବିଇଓ ଲକ୍ଷେହିରା ଲାବଣ୍ୟବତୀ ବେହେରା , ଚକ୍ରଧର ବେହେରା, ପ୍ରଧାନଶିକ୍ଷକ ଅକ୍ଷୟ ଷଢଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବ୍ଲକ ଅଧକ୍ଷା ରୋଜି ସେଠି, ଦୀପା ମଲିକ, ଉପାଧକ୍ଷ ଅଶୋକ କୁମାର, ସତ୍ୟ ନାରାୟଣ ମହାନ୍ତି ଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ , ଅଧ୍ୟାପକ, ଅବସର ପ୍ରାପ୍ତ ଶିକ୍ଷାବିତ, ବରିଷ୍ଟ ମୂରବି ମାନେ ଉପସ୍ଥିତ ରହିଥିଲେ l ବିଧାୟକ ଶ୍ରୀ ଜେନାଙ୍କ ପ୍ରୟାସରେ ଗୁରୁଦିବସ ଅବସରରେ ଗୁରମାନଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ କରାଯାଇଥିବାରୁ ସମସ୍ତ ଗୁରୁମାନେ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ l