ହେଡଲାଇନସ୍:

ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟି ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଶାର ବରପୁତ୍ର, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ19ତମ ଶ୍ରାଦ୍ଧ ବାର୍ଷିକୀ ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟି, ଜଗତସିଂହପୁର ପକ୍ଷରୁ ଆସନ୍ତା-7 ସେପ୍ଟେମ୍ବର ଦିବା10ଘଟିକା ସମୟରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ପାଳନ ହେବାକୁ ଯାଉଅଛି।
ଏହି ଅବସରରେ ଆଜି ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ପୌରାଞ୍ଚଳ ଅଧିନସ୍ଥ ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
କନିଷ୍ଠ ବିଭାଗ ତର୍କ ପ୍ରତିଯୋଗିତାର ଜଗତସିଂହପୁର ପବ୍ଲିକ ସ୍କୁଲର ଓମ୍ ସାଇ ସତ୍ୟ ବେହେରା ପ୍ରଥମ, ସରସ୍ଵତୀ ଶିଶୁ ମନ୍ଦିର, ବଡ଼ ବଜାର ର ପଦ୍ମଜା ମହାନ୍ତି ଦ୍ଵିତୀୟ,ମା"ସରସ୍ଵତୀ ଶିଶୁ ମନ୍ଦିର,ଖେରସର ଶୁଭଲକ୍ଷ୍ମୀ ସାହୁ ତୃତୀୟ ହୋଇଥିବା ବେଳେ ବରିଷ୍ଠ ବିଭାଗରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଇଶାନି ଐଶ୍ୱରୀୟ ନାୟକ ପ୍ରଥମ, ଜଗତସିଂହପୁର ପବ୍ଲିକ ସ୍କୁଲର ସାଇ ଶଂଙ୍କର ନାୟକ ଦ୍ଵିତୀୟ,ମା"ସରସ୍ଵତୀ ଶିଶୁ ମନ୍ଦିର,ଖେରସର ମୋନାଲିସା ଖୁଣ୍ଟିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି କନିଷ୍ଠ ବିଭାଗ ପ୍ରବନ୍ଧ ପ୍ରତିଯୋଗିତାରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଭିଷେକ ସ୍ବାଇଁ ପ୍ରଥମ,ମା ସରସ୍ବତୀ ଶିଶୁ ମନ୍ଦିର,ଖେରସର ରାଜଲକ୍ଷ୍ମୀ ସାହୁ ଓ ପୁରୋହିତପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନନ୍ଦିନୀ ଆଚାର୍ଯ୍ୟ ଯୁଗ୍ମ ଭାବରେ ଦ୍ଵିତୀୟ ହୋଇଥବା ବେଳେ ସରସ୍ଵତୀ ଶିଶୁ ମନ୍ଦିରର ସେହ୍ନା ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହି ବରିଷ୍ଠ ବିଭାଗର ପ୍ରବନ୍ଧ ପ୍ରତିଯୋଗିତାରେ ଜଗତସିଂହପୁର ପବ୍ଲିକ ସ୍କୁଲର ଶୁଭଲକ୍ଷ୍ମୀ ଦାସ ପ୍ରଥମ,ମା ସରସ୍ୱତୀ ଶିଶୁ ମନ୍ଦିର,ଖେରସର ଶୁଭ ପ୍ରକାଶ ମହାନ୍ତି ଦ୍ବିତୀୟ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଗାନ୍ଧୀ ଛକ ର ଛାତ୍ରୀ ବର୍ଷା ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ସ୍ମୃତି କମିଟିର ସମ୍ପାଦକ ତଥା ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ନିକୁଞ୍ଜ କିଶୋର ବେହେରା, ଶିକ୍ଷାବିତ ନିରଞ୍ଜନ ପଣ୍ଡା, ଶୁସାହିତ୍ୟକ ହେମନ୍ତ କୁମାର ରଥ, ରମାକାନ୍ତ ପତି ପ୍ରମୁଖ ଯୋଗଦାନ କରିଥିଲେ। ପ୍ରତିଯୋଗିତା ପ୍ରାରମ୍ଭରେ ସ୍ମୃତି କମିଟିର ସଭାପତି ରବିନ୍ଦ୍ର ନାଥ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭାପତି ନଟବର ବାରିକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ବହୁମୁଖି ପ୍ରତିଭା ସଂପର୍କରେ ସାମୟିକ ସୂଚନା ପ୍ରଦାନ କରିଥିବାବେଳେ ସ୍ମୃତି କମିଟିର ଆବାହକ ବିପ୍ଳବ ଚୌଧୁରୀ,ଉପ
ସଭାପତି ପ୍ରଦୀପ୍ତ କୁମାର ସାହୁ, ସ୍ମୃତି କମିଟିର କର୍ମକତ୍ତା ଯୁବ ନେତା ପ୍ରଶାନ୍ତ କୁମାର ମଲ୍ଲିକ, ଡାକ୍ତର ଜଗଦାନନ୍ଦ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ସ୍ଵସ୍ତିକ ମିଶ୍ର, ଅଦ୍ଵୈତ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ବସନ୍ତ କୁମାର ବିଶ୍ଵାଳଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯିବା ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜଗତସିଂହପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷ ବିଷ୍ଣୁ ଚରଣ ମହାନ୍ତି, ବିଶିଷ୍ଟ ସାମାଜିକ କର୍ମୀ ତଥା ବସନ୍ତ କୁମାର ବିଶ୍ଵାଳଙ୍କ ଘନିଷ୍ଠ ସହଯୋଗୀ ପ୍ରସନ୍ନ କୁମାର ସାମନ୍ତରାୟ ଓ ପରିବେଶବିତ୍ ଡଃ ଅୟସକାନ୍ତ ରାୟଙ୍କୁ ବସନ୍ତ କୁମାର ବିଶ୍ଵାଳ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯିବାକୁ ସ୍ଥିର କରାଯାଇଛି।
ଏଥି ସହିତ ଆମ ଜିଲ୍ଲାର ଚଳିତ ବର୍ଷର ମାଟ୍ରିକ ଟପ୍ପର ଙ୍କୁ ସମ୍ମାନିତ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

0
0
0
s2sdefault