ହେଡଲାଇନସ୍:

ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁପାଳନ ଉପରେ ଗୁରୂତ୍ଵ

ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଜୀବିକା ସୁରକ୍ଷା ଯୋଗାଇଦେବା ସହ ଗୋଷ୍ଠୀ ନେତୃତ୍ଵରେ ସଂଚାଳିତ ସାମୂହିକ ଭିତ୍ତି ନିର୍ମାଣ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ ଯୋଜନାର ଶୁଭାରମ୍ଭ ୨୦୨୦ ମସିହାରେ କରା ଯାଇଥିଲା। ଆରମ୍ଭରୁ ହିଁ ସମ୍ପୂର୍ଣ୍ଣ ସ୍ଵଚ୍ଛତା ତଥା ଉତ୍ତର ଦାୟିତ୍ଵ ଜରିଆରେ ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗୋଷ୍ଠୀ ସମ୍ପଦ ସୃଷ୍ଟି ଉପରେ ଗୁରୂତ୍ଵ ଦିଆଯାଇ ଆସୁଅଛି। ମାତ୍ର ‘ମୁକ୍ତା’ ଯୋଜନାର କାର୍ଯ୍ୟକାରିତାରେ ସାମାନ୍ୟତାମ ଦୁର୍ନୀତି ବିରୁଦ୍ଧରେ ମଧ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଅନୁପାଳନ କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ନିକଟରେ ନୟାଗଡ ପୌରପାଳିକାର କିଛି ଅଞ୍ଚଳରେ ମୁକ୍ତା ଯୋଜନାର କାର୍ଯ୍ୟକାରିତା ସନ୍ଦେହ ଘେରକୁ ଆସିବା ପରେ ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣଙ୍କ ବିରୁଦ୍ଧରେ ଦୃଢ ଆଇନଗତ ପଦକ୍ଷେପ ନିଆଯାଇଛି । ପୌରପାଳିକାର ୭ ନମ୍ବର ୱାର୍ଡ଼ ସ୍ଥିତ ତାରକେଇ ମନ୍ଦିର ତଥା ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ ଉପର ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନକରାଯାଇ, ଜାଲ୍ ବିଲ୍ ପଇଠ କରି ଏଠି ପାଇଁ ଆସିଥିବା ଅର୍ଥ ହଡପ୍ କରାଯିବାର ଅଭିଯୋଗ ମିଳିବା ପରେ କ୍ଷେତ୍ର ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନକରାଯାଇ, ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣ ବେହେରାଙ୍କ ଦ୍ଵାରା ଫଟୋସପ୍ ଜରିଆରେ ଚଞ୍ଚକତା ଉପାୟରେ ନକଲି ଫଟୋ ତଥା ଜାଲ୍ ବିଲ୍ ପଇଠ କରି ଯୋଜନା ଅର୍ଥ ବାଟମାରଣା କରାଯାଇଥିବା ଜଣା ପଡିବା ପରେ ନୟାଗଡ ପୌରପାଳିକା ପକ୍ଷରୁ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଟାଉନ୍ ଥାନାରେ ଏତାଲା ଦାୟର୍ କରାଯାଇଛି।

ସରକାରଙ୍କ 5T ଯୋଜନା ଅନୁପାଳନରେ ସହରାଞ୍ଚଳରେ ସ୍ୱଚ୍ଛତା ଆଧାରରେ ପ୍ରବର୍ତ୍ତିତ ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ସରକାର ଅଗ୍ରାଧିକାର ଦେଉଥିବାରୁ ଏ କ୍ଷେତ୍ରରେ କୌଣସି ଖିଲାଫ୍ ବରଦାସ୍ତ କରାଯିବ ନାହିଁ ଓ ଆବଶ୍ୟକ ସ୍ଥଳେ ଦୁର୍ନୀତି ପ୍ରମାଣିତ ହେଲେ ଦୋଷୀ କର୍ମଚାରୀଙ୍କୁ ଅବିଳମ୍ବେ ଚାକିରୀରୁ ବହିଷ୍କାର କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚେତାବନୀ ଦିଆ ଯାଇଛି। ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ କୌଣସି ଅବହେଳା କିମ୍ବା ତ୍ରୁଟି ବିଚ୍ୟୁତିକୁ ତୁରନ୍ତ ବିଭାଗ ନଜରକୁ ଆଣିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଏ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

0
0
0
s2sdefault