- ଲୋକଙ୍କ ସରଲତାର ସୁଯୋଗ ନେଇ ବ୍ୟାଙ୍କ ପାସବୁକ ରୁ ଠକି ନେଲେ ଟଙ୍କା
- ପଇସା ଫେରି ପାଇବେତ ଜମାକାରୀ ?
ବରଗଡ :- ଆଠ ଗୋଟି ମାଇକ୍ରୋ ଫାଇନାନ୍ସ ଓ ବ୍ୟାଙ୍କ ର ସବ ଏଜେଣ୍ଟ ସହିତ ନିଜ ଘରେ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା ନାମରେ ଏକ ବିରାଟ ଘୋଟଲା ର ପର୍ଦାଫାସ କରିବାରେ ସଫଳ ହୋଇଛି ପାଇକମାଲ ପୋଲିସ । ପ୍ରାପ୍ତ ସୂଚନା ମୁତାବକ ଗତ ଅଗଷ୍ଟ ମାସ ପଚିଶ ତାରିଖ ଦିନ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଶ୍ରୀମତୀ ସବିତା ସୁନା , ଓ ଜାମସେଠ , ଖରାମାଲ ଓ ଭରୁଆମୁଣ୍ଡା ଗ୍ରାମର ଅନ୍ୟ 53 ଜଣ ମହିଳା ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ଜାମସେଠ ଗ୍ରାମର କାଞ୍ଚନ ଭୋଇ , ତାଙ୍କର ସ୍ୱାମୀ ପ୍ରଭାକର ଭୋଇ ଓ ସାନ ପୁଅ ମନୋଜ ଭୋଇ , ସମୁଦାୟ ଏହି 54 ଜଣ ଙ୍କର ବ୍ୟାଙ୍କ ଆକାଉଣ୍ଟ ରୁ 54 ଲକ୍ଷ ଟଙ୍କା ହଡପ କରି ନେଇ ବର୍ତ୍ତମାନ କିଛିଦିନ ହେଲା ସେମାନେ ରହୁଥିବା ଜାମସେଠ ଗ୍ରାମରୁ ଫେରାର ହୋଇଯାଇଛନ୍ତି । ଏତେବଡ଼ ଆର୍ଥିକ ଏକ ପ୍ରକାର ଲୁଟ ଘଟଣାର ସୂଚନା ପାଇ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପୁରୁଷୋତ୍ତମ ସ୍ମିଥ ପରମାର ଙ୍କର ନିର୍ଦେଶ ଓ ପଦ୍ମପୁର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ ଙ୍କର ତତ୍ୱବାଧାନ ରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ଵଜିତ ମନବୋଧ ଘଟଣା ର ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ଗ୍ରାମରୁ ଫେରାର ଥିବା ଅଭିଯୁକ୍ତ ମାନକର ବାବଦରେ ତଥ୍ୟ ସଂଗ୍ରହ କରୁ କରୁ ପୋଲିସ ଅଭିଯୁକ୍ତ ମାନେ ପୁରୀ ଜିଲ୍ଲା ପିପିଲି ରେ ଥିବା ଜାଣିବାକୁ ପାଇ , ପିପିଲି ଥାନା ଅଧିକାରୀ ଶ୍ରୀ ଅଭିମନ୍ୟୁ ନାୟକ ଙ୍କର ସହାୟତାରେ ଅଭିଯୁକ୍ତ ମାନଙ୍କୁ ଧରି ପାଇକମାଲ ଥାନାକୁ ଆଣିବା ପରେ ଘଟଣାର ଖୋଲତାଡ଼ ଆରମ୍ଭ କରିଥଲା । ପୋଲିସ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ମୁତାବକ ପୋଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମାନଙ୍କର ନିକଟରୁ , ଗୋଟିଏ ଫିଙ୍ଗର ପ୍ରିଣ୍ଟ ମେସିନ, ଦୁଇ ଗୋଟି ମୋବାଇଲ ଫୋନ , ଦୁଇ ଗୋଟି ଟ୍ରାକ୍ଟର , ଗୋଟେ ମୋଟର ସାଇକଲ , ପାଞ୍ଚ ଗୋଟି ଶେଭିଂ ବ୍ୟାଙ୍କ ପାସବୁକ , ଅଭିଯୋଗ କାରୀ ମାନଙ୍କର 53 ଗୋଟି ବ୍ୟାଙ୍କ ପାସବୁକ ସହିତ ଅନେକ ପ୍ରକାର କାଗଜପତ୍ର ଜବତ କରିଛି ।
ଆଜି ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପାଇକମାଲ ଥାନା କେଶ ନମ୍ବର 189 ଧାରା409/420/34 ipc ରେ ଥିବା ମାମଲା ରେ କଞ୍ଚାନ ଭୋଇ ତାଙ୍କର ସ୍ୱାମୀ ପ୍ରଭାକର ଭୋଇ , ପୁଅ ମନୋଜ ଭୋଇ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।ଅଭିଯୁକ୍ତ ଗିରଫ ହୋଇ ଜେଲ ଗଲା ସତ ଏବେ ବିରାଟ ପ୍ରଶ୍ନ ଯେ ଅଭିଯୋଗ କାରୀ ଙ୍କୁ ତାଙ୍କର ଟଙ୍କା ଫେରସ୍ତ ମିଳିବ କି ନାହିଁ , ମିଳିବ ତ କେବେ ମିଳିବ , ଏବଂ ଟଙ୍କା ଫେରସ୍ତ କିଏ ଦବ ଦେଖିବାକୁ ବାକି ରହିଲା ।