ହେଡଲାଇନସ୍:

କୋର୍ଟର ଜୁନିଅର କ୍ଲର୍କଙ୍କୁ ଛାଡିଲେ ନାହିଁ ଲୁଟେରା, ଆହତ ଅବସ୍ଥାରେ ତଣ୍ଟି ଚିପି ଲୁଟିଲେ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭଦ୍ରକ:(ସତ୍ୟବ୍ରତ ନାୟକ ) କୋର୍ଟର ମହିଳା କିରାଣୀଙ୍କୁ ଛାଡିଲେ ନାହିଁ ଲୁଟେରା । ଛିନତାଇ ବେଳେ ଗାଡିରୁ ପଡି ରକ୍ତାକ୍ତ ହୋଇଥିବା ମହିଳାଙ୍କ ତଣ୍ଟି ଚିପି ଲୁଟିନେଲେ ଭ୍ୟାନିଟି ବ୍ୟାଗ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋପବନ୍ଧୁ ନଗର ନିକଟରେ ଲୁଟ୍ ହୋଇଛି। ନଳାଙ୍ଗ ସ୍ଥିତ ଜିଲ୍ଲା କୋର୍ଟରୁ କାମ ସାରି ଫେରିବା ବେଳେ କୋର୍ଟର କିରାଣୀ ମୋନାଲିଜା ମହାନ୍ତିଙ୍କୁ ଛିନତାଇ ଉଦ୍ୟମ କରିଥିଲେ ଦୁଇ ଲୁଟେରା । ମୋନାଲିଜା ଗାଡିରୁ ଖସିପଡି ରକ୍ତାକ୍ତ ହୋଇଥିବା ବେଳେ ଲୁଟେରା ତାଙ୍କ ତଣ୍ଟି ଚିପି ଭ୍ୟାନିଟି ବ୍ୟାଗକୁ ନେଇଯାଇଥିଲେ। ମହିଳା କିରାଣୀ ଜଣକ ମେଡିକାଲରେ ଚିକିତ୍ସିତ ହେବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

0
0
0
s2sdefault