ବରଗଡ: ଥାଙ୍ଗ-ଟା ଫେଡେରେସନ ଅଫ ଇଣ୍ଡିଆ ନିମନ୍ତ୍ରଣକ୍ରମେ; ଓଡିଶା ଥାଙ୍ଗ ଟା ଆସୋସିଏସନ୍ (ଯାହାକି ଓଡିଶା ଅଲମ୍ପିକ୍ସ ଆସୋସିଏସନ୍ ଦ୍ଵାରା ସ୍ଵୀକୃତ)ପକ୍ଷରୁ ବରିଷ୍ଠ ସହ ପ୍ରଶିକ୍ଷକ ଶ୍ରୀ ରୁପେଶ କୁମାର ଅଧିକାରୀ ଓଡିଶା ତରଫ ରୁ ଜାତୀୟ ଥାଙ୍ଗ-ଟା ପ୍ରଶିକ୍ଷକ ଓ "ଟି.ଏସ.ଆର୍" କାର୍ମଶାଳା ରେ ଯୋଗଦେଇଛନ୍ତି। ଉକ୍ତ କର୍ମଶାଳା ଗତ ସେପ୍ଟେମ୍ବର ୨ ରୁ ଆରମ୍ଭ ହୋଇ ୪ ତାରିଖ ପର୍ଯ୍ୟନ୍ତ ଅଲ୍ଵର୍ (ରାଜସ୍ଥାନ) ରେ ଅନୁଷ୍ଠିତ ହେଉଛି
ଶ୍ରୀ ଅଧିକାରୀ; ଥାଙ୍ଗ-ଟା ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଉକ୍ତ ଜାତୀୟ ଥାଙ୍ଗ-ଟା "ଟି.ଏସ.ଆର୍" ପ୍ରଶିକ୍ଷଣ ଲାଭ କରିଫେରିବା ପରେ ଓଡିଶା ଥାଙ୍ଗ-ଟା ଆସୋସିଏସନ୍ ପକ୍ଷରୁ ରାଜ୍ୟସ୍ତୀୟ କର୍ମଶାଳା ଆୟୋଜନ କରାଯିବ ଏବଂ ରାଜ୍ୟସ୍ତରୀୟ ଜଜ୍ ଓ ରେଫରି ପ୍ରସ୍ତୁତ କରାଯିବା ନେଇ ସ୍ତିର କରାଯାଇଛି ।
ପ୍ରକାଶ ଥାଉ କି ଥାଙ୍ଗ-ଟା ହେଉଛି ଏକ ମଣିପୁରି ପ୍ରାଚୀନ ନୃତ୍ୟ ଓ ଯୁଦ୍ଧ କଳା ଯାହାକି ବିଗତ ବର୍ଷ ଗୁଡ଼ିକରେ ଜାତୀୟ ସ୍କୁଲ ଗେମ୍ସ, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଭଳି ସ୍ଵୀକୃତ ଜାତୀୟ କ୍ରୀଡା ରୂପେ ସୁନାମ ଅର୍ଜନ କରିସାରିଥିବା ରୁ ବର୍ତ୍ତମାନ ସମୟରେ ଏହାର ରୁଚି ଦେଶ ଓ ବିଦେଶ ରେ ବଢ଼ିବାରେ ଲାଗିଛି। ଶ୍ରୀ ଅଧିକାରୀ ଙ୍କ ଅଲ୍ଵର୍ ଗସ୍ତପରେ ପରେ ଓଡିଶା ଥାଙ୍ଗଟା ଆୋସିଏସନ୍ ପ୍ୟାଟ୍ରନ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା, ସଭାପତି ଡ. ଜ୍ଞାନ ରଞ୍ଜନ ମହାନ୍ତି, ଉପସଭାପତି ରାଜେନ୍ଦ୍ର ପ୍ରସାଦ ଭୋଇ, ସୁଧୀର କୁମାର ବାରିକ, ସୁରଜ୍ ପୂଜାହରି, ଚନ୍ଦ୍ର ଶେଖର ବାହୁକ୍, ସମ୍ପାଦକ ବ୍ୟାସଦେବ ପାତ୍ର, ସହ ସମ୍ପାଦକ ମନୋଜ କୁମାର କୁସ୍ୱହା, ବୁଲୁଦେବ ସାହୁ, ମଣ୍ଟୁ ନାଗ, ସଂଯୁକ୍ତା ଭୋଇ, ମୋହନ ମେହେର, ଏକ୍ସିକ୍ୟୁଟିଭ ମେମ୍ବର ଦୁଷ୍ୟନ୍ତ୍ କୁମାର୍ ନାଥ, ନୀଳକଣ୍ଠ ବେହେରା, ବଜରଙ୍ଗ ପଟେଲ, ଆଡଭାଇସର ନବ କିଶୋର ପାଣିଗ୍ରାହୀ ସଞ୍ଜୟ କିଶାନ୍ ଙ୍କ ସମେତ ସଙ୍ଘ ର ସମସ୍ତ ସଦସ୍ୟ ଓ ସହଯୋଗୀ ଅଭିନନ୍ଦନ ଜଣାଇଛନ୍ତି।