କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ ଅବହେଳା, ଅନିୟମିତତା ନେଇ ରାୟଗଡା ଜିଲ୍ଲା ପାଳ ସଂପୃକ୍ତ ତହସିଲଦାର ସହିତ ପ୍ରାୟ30ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଆଦେଶ ଦେଇ ଥିବା ଜଣା ଯାଇଛି।ଗତସୋମବାର22ଅଗଷ୍ଟରେ ଜିଲ୍ଲା ପାଳ ସ୍ୱଧା ଦେବ ସିଂ କାଶୀପୁର ତହସିଲକାର୍ଯ୍ୟାଳୟପରିଦର୍ଶନ ବେଳେ ନଥି ପତ୍ର କାର୍ଯ୍ୟରେ ଅନିୟମିତତା ଥିବାରପରିଲକ୍ଷିତ ହେବା ପରେ ଜିଲ୍ଲା ପାଳ ବିରକ୍ତି ପ୍ରକାଶ କରିଥିଲେ ।ସେହିପରି କାଗଜପତ୍ର ସଜାଡ଼ିବା ପର୍ଯ୍ୟନ୍ତ ସଂପୃକ୍ତ କର୍ମଚାରୀ ସହିତ ଅଧିକାରୀ ଙ୍କ ଦରମା ବନ୍ଦ ପାଇଁ ଟ୍ରେଜରି କୁ ନିର୍ଦ୍ଦେଶ ଦେଇ ଥିବା ଜଣା ଯାଇଛି ।କାଶୀପୁର ତହସିଲ କାର୍ଯ୍ୟାଳୟ ରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଙ୍କ ଅଭାଵରୁ ଜମି ଡ଼ିମାରକେସନ,ଜମି ପଟ୍ଟା ପାଇବାରେ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସେହିପରି କିଛି ଜଣ କର୍ମଚାରୀ ନିୟମିତ ହେଡ଼ କ୍ୱାଟରରେ ରହୁ ନ ଥିବାରୁ ନିର୍ଦ୍ଧାରିତ ସମୟ ରେ ସରକାରୀ କାର୍ଯ୍ୟସମ୍ପାଦିତ ହେବାରେ ଅସୁବିଧା ହେଉ ଥିବାର ଅଭିଯୋଗ ।ଗତ ଦିନରେ ଜମି ପଞ୍ଜିକରଣର କିଛି ଘଣ୍ଟା ପରେ ଜଣେ ଦି ଜଣକୁ ଜମି ପଟ୍ଟା ପ୍ରଦାନ କରି ସରକାର ବାହାବା ନେଇ ଥିଲେ ।କିନ୍ତୁ କାଶୀପୁର ତହସିଲ କୁ ବର୍ଷ ସାରା ଲୋକେ ଦୌଡୁ ଥିଲେ ସୁଦ୍ଧା ସୁବିଧା ରେ ଜମି ପଟ୍ଟା ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ମାନ ସୁଵିଧା ରେ ମିଳୁ ନ ଥିବାର ଅଭିଯୋଗ ।ସରକାରୀ କଳ ର ସ୍ୱଚ୍ଛତା ଏବଂପ୍ରଶାସନ କୁ ଉତ୍ତରଦାୟୀ କରିବା ପାଇଁ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟସହ ପରିବହନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରେ ନାଗରିକ ଅଧିକାର ଆଇନ ଅନୁଯାୟୀ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଯୁକ୍ତ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।ସେହିପରି ନାଗରିକ ଅଧିକାର ଆଇନ ସମ୍ପର୍କରେ ଜନ ସାଧାରଣ ଙ୍କ ଅବଗତି ନିମନ୍ତେ କାର୍ଯ୍ୟାଳୟ ସମ୍ମୁଖରେ ଫଳକ ଲଗାଇବା ର ନିୟମ ମଧ୍ୟ ରହିଛି ।କିନ୍ତୁ କାଶୀପୁର ତହସିଲ କାର୍ଯ୍ୟାଳୟ ରେ ଏସବୁ ସୁଵିଧା ନ ଥିବାର ଜଣାଯାଇଛି ।ଏଭଳି ସମସ୍ୟା ନେଇ ଗତ ଦିନରେମାନବ ଅଧିକାର କର୍ମୀ ବି ପଟନାୟକ କାଶୀପୁର ତହସିଲ କାର୍ଯ୍ୟାଳୟ ରେ ନାଗରିକ ଅଧିକାର ଆଇନ କୁ କାର୍ଯ୍ୟ କାରୀ ହେବା ନେଇ ରାଜ୍ୟମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇ ଥିବା ଜଣା ଯାଇଛି ।ପ୍ରଶାସନିକ କାର୍ଯ୍ୟ କୁ ଗତିଶୀଳ କରିବାରେ ଜିଲ୍ଲା ପାଳ ଉଚିତ ପଦକ୍ଷେପକୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି।
ରାଜ୍ୟ
ପ୍ରଶାସନିକ ଅବହେଳା ନେଇ କାଶୀପୁର ତହସିଲଦାର ସହିତ କର୍ମଚାରୀଙ୍କ ଦରମା ବନ୍ଦ
- Hits: 330