ହେଡଲାଇନସ୍:

କୃଷ୍ଣାନନ୍ଦପୁର ପଞ୍ଚାୟତ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତ କୁ କେନ୍ଦ୍ରୀୟ ଅନୁଦାନରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ ଯୋଗଦେଇ ଆଦର୍ଶ ପଞ୍ଚାୟତ ବା ପୋଷ୍ୟ ଗ୍ରାମ ଭାବେ ଭାବେ ଘୋଷଣା କରିଥିଲେ l
କୃଷ୍ଣାନନ୍ଦପୁର ଆଖୁନମହଲା କେନାଲ ଠାରେ କୃଷ୍ଣାନନ୍ଦପୁର ପଞ୍ଚାୟତ ର ବରିଷ୍ଠ ସଂଗଠକ ତଥା ବରିଷ୍ଠ ସମାଜସେବୀ ହାଜି ଶେଖ କଲ୍ଲିମୁଲ୍ଲା ଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭା ରେ ବ୍ଲକ ବିଜେଡି ସଭାପତି ତଥା ଜ଼ିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଡ଼ଃ. ମଲ୍ଲିକ ଙ୍କ ସହିତ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ୧ ନମ୍ବର ଜୋନ ଜ଼ିଲ୍ଲାପରିଷଦ ରଞ୍ଜିତା ସିଂହ, ୩ ନମ୍ବର ଜୋନ ଜ଼ିଲ୍ଲା ପରିଷଦ ସୁନୀଲ ବେହେରା, ସରପଞ୍ଚ ନମିତା ଖଟୁଆ, ସମିତି ସଭ୍ୟ ସୁବାଷ ବେହେରା, ନିର୍ମଳ ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦାବି ରଖିବା ସହିତ ବକ୍ତବ୍ୟ ପ୍ରଦାନ କରିଥିଲେ.କୃଷ୍ଣାନନ୍ଦପୁର ପଂଚାୟତ ପାଇଁ ସାଂସଦ ଡ଼ଃ. ମଲ୍ଲିକଙ୍କ ପ୍ରମୁଖ ଅବଦାନ ରହିଛି l କୃଷ୍ଣାନନ୍ଦପୁର ମହାନଦୀ ଠାରେ ଏକ ପୋଲ ନିର୍ମାଣ କରିବାରେ ପ୍ରମୁଖ ଭୂମିକା ରହିଛି l କୃଷ୍ଣାନନ୍ଦପୁର ମେଡିକାଲ, କୃଷ୍ଣାନନ୍ଦପୁର ପଂଚାୟତରେ ଗମନା ଗମନ ପାଇଁ ମଧ୍ୟ ସାଂସଦ ଡ଼ଃ. ମଲ୍ଲିକଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ସଂଗଠକ ନିର୍ମଳ ଜେନା ବକ୍ତବ୍ୟରେ ପ୍ରକାଶ କରିଥିଲେ l କୃଷ୍ଣାନନ୍ଦପୁର ପଂଚାୟତ ରେ ଥିବା ପୁଲିସି ଫାଣ୍ଡି କୁ ଥାନାରେ ପରିଣତ କରିବା ପାଇଁ ମଧ୍ୟ ପ୍ରମୁଖ ଭୂମିକା ରହିଛି l ସାଂସଦ ଡ଼ଃ. ମଲ୍ଲିକ କହିଥିଲେ ଯେ ଏହି ପଂଚାୟତର ମଉଡମଣୀ ହେଉଛନ୍ତି ହାଜି ଶେଖ କଲ୍ଲୀମୁଲ୍ଲା (କାଲୋ ଭାଇ) ତାଙ୍କ ପ୍ରଚେଷ୍ଟା ରେ ଏହି ପଂଚାୟତ ରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଫଳପ୍ରଦ ହୋଇପାରୁଛି l ଆଦର୍ଶ ପଂଚାୟତ ଗଢିବାକୁ ହେଲେ ଆମକୁ ଆଦର୍ଶ ହେବାକୁ ପଡିବ l ଆମେ ସ୍ୱଚ୍ଛ, ପରିମଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ତେବେ ସେହି ପଂଚାୟତ ଏକ ଆଦର୍ଶ ପଂଚାୟତ ଭାବେ ପରିଣତ ହୋଇପାରିବ l କୃଷ୍ଣାନନ୍ଦପୁର ପଂଚାୟତ କୁ ଏକ ଆଦର୍ଶ ପଂଚାୟତ ବା ପୋଷ୍ୟ ଗ୍ରାମ ଭାବେ ପରିଣତ ପାଇଁ ଘୋଷଣା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଜୟ ଖଟୁଆ, ଶେଖ ଶିରାଜ ଉଦ୍ଦିନ, ଶେଖ ବରକତ ଅଲ୍ଲୀ, ଶେଖ ସଲିମ ବକ୍ସ, ଶେଖ ସଲ୍ଲା ଉଦ୍ଦିନ, ଶେଖ ଆୟୁବ ଅଲ୍ଲୀ, ଶେଖ ଫୟାଜ ଅଲ୍ଲୀ, ଶେଖ ଇସାକ ଅଲ୍ଲୀ, ମିର୍ଜା ସନମ ବେଗ, ବିଜୟ ସାହୁ, ବନମାଳୀ ମହାରଣା, ଶେଖ ସାକିର ଅଲ୍ଲୀ, ଶେଖ ସରଫୁଦ୍ଦିନ, ଶେଖ ସମ ସୁଦ୍ଦିନ, ଗାଲେଖ ସାହୁ, ଫୁଲକାନ ବିବି, ନମ ସୁତିନ ବିବି, କୁନୀଲତା ସାହୁଙ୍କ ସମେତ ପଂଚାୟତର ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ l ଶେଷରେ ଦିଲୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault