ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ବିଜୁ ଜନତାଦଳର ମୁଖ୍ୟ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସୁସଙ୍ଗଠିତ ଓ ମଜଭୁତ କରିବା ପାଇଁ ଦଳିୟ ସଂଗଠନ ଗୁଡିକର ପୁନର ଗଠନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବିଜୁ ମହିଳା ଜନତାଦଳର ପୁନର୍ଗଠନ କରିଛନ୍ତି । କେତେକ ସ୍ଥାନରେ ନୂଆ ମୁହଁକୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ପୁରୁଣା ମହିଳା ସଂଗଠକ ମାନଙ୍କୁ ଭରଷା କରିଛନ୍ତି । ଏପରିକି ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଭାବେ ବିରଜାଲକ୍ଷ୍ମୀ ସାହୁଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରି ତାଙ୍କ କ୍ଷମତାକୁ ବଜାୟ ରଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।ବିରଜାଲକ୍ଷ୍ମୀ ସାହୁଙ୍କ ଦାୟିତ୍ୱବୋଧତା କର୍ତ୍ତବ୍ୟନିଷ୍ଠ ଓ ସାଙ୍ଗଠନିକ ମନୋବୃତ୍ତି ତାଙ୍କ କ୍ଷମତା ବଜାୟ ରଖିବାରେ ସହାୟକ ହୋଇଥିବା ଆଲୋଚିତ ହେଉଛି। ବିରଜାଲକ୍ଷ୍ମୀ ମହିଳା ସଂଗଠନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସକ୍ରିୟ ଭାବେ ନିଜର କର୍ତ୍ତବ୍ୟରେ ବ୍ରତି ରହି ଜିଲ୍ଲାର ମହିଳାମାନଙ୍କ ସହିତ ବିଭିନ୍ନ ସମୟରେ ମିଳିତ ହେବା ଓ ସୁପ୍ତ ଅବସ୍ଥାରେ ଥିବା ସଂଗଠନ ଗୁଡିକୁ ପୁନରଜିବିତ କରି ଜିଲ୍ଲାରେ ମହିଳା ସଂଗଠନ ଗୁଡିକୁ ସୁଦୃଢ, ସଶକ୍ତ ଓ ସଂଗଠିତ କରିପାରିଥିଲେ । ଦିତୀୟଥର ପାଇଁ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଦାୟିତ୍ୱ ପାଇବା ପରେ ବିରଜାଲକ୍ଷ୍ମୀ ଦଳିତ ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏବଂ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାର ମହିଳା ମାନଙ୍କ ବିକାଶ ପାଇଁ କାର୍ଯ୍ୟକରି ସଂଗଠନକୁ ଅଧିକ ମଜଭୁତ କରିବାର ପ୍ରୟାସ ଜାରି ରଖିବେ ବୋଲି ସଭାପତି ବିରଜାଲକ୍ଷ୍ମୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ଉପସଭାପତି ଭାବେ ମାଳତୀ ଗୁରୁ ଓ ପ୍ରଭାସିନୀ ନନ୍ଦ ଓ ସମ୍ପାଦକ ଭାବେ ସୁମିତ୍ରା ପରିଡା, ସୁମିତ୍ରା ମହାନ୍ତି ମନୋନୀତ ହୋଇଥିବା ଜଣାଯାଇଛି ।
ରାଜ୍ୟ
ଦିତୀୟ ଥର ପାଇଁ ଭରସା କଲେ ମୁଖ୍ୟମନ୍ତ୍ରୀ: ବିରଜାଲକ୍ଷ୍ମୀ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି
- Hits: 485