କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା । ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ କରାଯାଇଛି । ପ୍ରତିଟି ଗଳିକନ୍ଦିରେ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ତୋରଣ ସମସ୍ତଙ୍କ ମନମୋହୁଛି । କରୋନା ଯୋଗୁଁ ଦୁଇ ବର୍ଷ ଧରି ଗଣେଶ ପୂଜା ନିରାଡମ୍ବର ଭାବେ ହୋଇଥିଲା । କିନ୍ତୁ କଟକଣା ହଟିଥିବାରୁ ଚଳିତବର୍ଷ ପୁଣିଥରେ କାଶୀପୁର ବ୍ଲକ ରେ ଆଡମ୍ବରରେ ପାଳିତ ହେଉଛି ଗଣେଶ ପୂଜା । ଡି କରଳ ଗ୍ରାମର ଉପର ସାହିରେ ସୁନୀଲ ନାଏକ ଙ୍କ ନିତୃତ୍ୱ ରେ ଧୁମ ଧାମ ରେ ଏହିବର୍ଷ ଗଣେଷ ପୂଜା ପାଳନ କରୁଥିବା ଦେଖିବାକୁ ମିଳିଥିଲା ବେଳେ ସନ୍ଧ୍ୟା ସମୟରେ ଢେମସା ନାଚ ର ମଧ୍ୟ ଆୟୋଜନ କରିଛନ୍ତି | କପିଳ ନାଏକ, ରାଇମନ ନାଏକ, ପ୍ରିନ୍ସ କୁମାର ଟାକ୍ରୀ, ସମୀର ଖସଲା,ବିକି ନାଏକ, ବିଶ୍ୱଜିତ ନାଏକ, ପିଲକା ନାଏକ ଙ୍କ ସହ ଯୁବ ସଂଗଠନ ସହଯୋଗ କରିଥିଲେ |
ରାଜ୍ୟ
ଗଜାନନ ଙ୍କ ପୂଜା ଧୁମ ଧାମ ରେ ପାଳନ କଲେ ଡି କରଳ ଗ୍ରାମ
- Hits: 352