ହେଡଲାଇନସ୍:

ମହିଳା ବିଜୁ ଜନତା ଦଳରେ ହେଲା ସାଙ୍ଗଠନିକ ପରିବର୍ତ୍ତନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କମିଟିରେ ୨୩ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ୬ ଜୋନ ସଭାପତି

  • ବରିଷ୍ଠ ଉପସଭାପତି ୧୬, ଉପସଭାପତି ୪୫, ସାଧାରଣ ସମ୍ପାଦକ ୭୧, ସମ୍ପାଦକ ୮୦, ଯୁଗ୍ମ ସମ୍ପାଦକ ୩୩

  • କସ୍ତୁରୀ ମହାପାତ୍ର ମହାସଚିବ, କାର୍ଯ୍ୟକାରିଣୀ କମିଟିକୁ ୬୮ଜଣ

Biju Janata Dal MP Resigns After Son Does Not Get Ticket For LS Polls |  India.com

ଭୁବନେଶ୍ୱର : ପୂର୍ବ ଆଦେଶକୁ ବାତିଲ କରି ଆଜି ବିଜୁ ମହିଳା ଜନତା ଦଳର ହୋଇଛି ସାଙ୍ଗଠନିକ ଅଦଳବଦଳ | ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜାରି ହୋଇଛି ସାଙ୍ଗଠନିକ ତାଲିକା | ଏହି ତାଲିକାରେ ଉପଦେଷ୍ଠା ୨୩ ଜଣ ଥିବା ବେଳେ କାର୍ଯ୍ୟକାରୀ ସଭାପତି ୩ ଜଣ, ମହାସଚିବ ଜଣେ , ଜୋନ ପାଇଁ ସଭାପତି ୬ ଜଣ ଓ କାର୍ଯ୍ୟକାରୀ ସଭାପତି ୫ ଜଣ, ବରିଷ୍ଠ ଉପସଭାପତି ୧୬ଜଣ, ଉପସଭାପତି ୪୫ ଜଣ, ସାଧାରଣ ସମ୍ପାଦକ ୭୧ ଜଣ, ସମ୍ପାଦକ ୮୦ ଜଣ, ଯୁଗ୍ମ ସମ୍ପାଦକ ୩୩,ଜିଲ୍ଲା ସଭାପତି ୩୪ ଜଣ ନିଯୁକ୍ତ ହୋଇଥିବା ବେଲେ କାର୍ଯ୍ୟକାରିଣୀ କମିଟିକୁ ୬୮ଜଣ ନିଯୁକ୍ତ ହୋଇଛନ୍ତି |
ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉପଦେଷ୍ଟା ଭାବେ ପ୍ରମିଳା ବିଶୋୟୀ(ସାଂସଦ), ରାଜଶ୍ରୀ ମଲ୍ଲିକ(ସାଂସଦ), ମଞ୍ଜୁଲତା ମଣ୍ଡଳ(ସାଂସଦ), ସରେଜିନୀ ହେମ୍ବ୍ରମ୍( ପୂର୍ବତନ ସାଂସଦ), ରୀତା ତରାଇ( ପୂର୍ବତନ ସାଂସଦ), ପ୍ରମିଳା ବହିଦାର, ରେଣୁବାଳା ପ୍ରଧାନ( ପୂର୍ବତନ ସାଂସଦ), ବାସନ୍ତୀ ହେମ୍ବ୍ରମ୍(ମନ୍ତ୍ରୀ), ରୀତା ସାହୁ(ମନ୍ତ୍ରୀ), ଶର୍ମିଷ୍ଠା ସେଠୀ(ସାଂସଦ), ଚନ୍ଦ୍ରାଣୀ ମୁର୍ମୁ(ସାଂସଦ), ମମତା ମହନ୍ତ(ସାଂସଦ), ପଦ୍ମିନୀ ଦିଆନ(ବିଧାୟିକା), ସାବିତ୍ରୀ ଅଗ୍ରୱାଲ୍(ବିଧାୟିକା), ଲତିକା ପ୍ରଧାନ(ବିଧାୟିକା), ନନ୍ଦିନୀ ଦେବୀ( ପୂର୍ବତନ ବିଧାୟିକା), ସୀମାରାଣୀ ନାୟକ(ପୂର୍ବତନ ବିଧାୟିକା), ମଞ୍ଜୁଳା ସ୍ୱାଇଁ(ବିଧାୟିକା), ମିନତୀ ବେହେରା, ଅଳକା ମହାନ୍ତି(ବିଧାୟିକା), ସୂର୍ଯ୍ୟମଣୀ ବୈଦ୍ୟ(ବିଧାୟିକା), ମିନାକ୍ଷୀ ମହନ୍ତ(ବିଧାୟିକା), ସୁନନ୍ଦା ଦାସ(ବିଧାୟିକା) ନିଯୁକ୍ତ ହୋଇଛନ୍ତି |
ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସୁବାସିନୀ ଜେନା(ବାଲେଶ୍ୱର), ସୁଲତା ଦେଓ(ଯାଜପୁର), ନିବେଦିତା ମହାନ୍ତି(ନବରଙ୍ଗପୁର) ନିଯୁକ୍ତ ଯୋଇଥିବା ବେଳେ ମହାସଚିବ ଭାବେ ନିଯୁକ୍ତ ହୋଇଛନ୍ତି କସ୍ତୁରୀ ମହାପାତ୍ର |
ବରିଷ୍ଠ ଉପସଭାପତି ଭାବେ ଜ୍ୟୋତି ପାଣିଗ୍ରାହୀ, କନକପ୍ରଭା ଲେଙ୍କା, ସନ୍ଧ୍ୟାରାଣୀ ବିଶ୍ୱାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, କବିତା ପୁରୋହିତ, ବାସନ୍ତୀ ମହାପାତ୍ର, ଉଷାରାଣି ମହାନ୍ତି, ସରଳା ସ୍ୱାଇଁ, ନିବେଦିତା ନାୟକ, ଶାକୁନ୍ତଲା ସାହୁ, ସସ୍ମିତା ନନ୍ଦ, ଉମିଲତା ଦାସ, ଇଂ ରୀନା ତନ୍ତୀ, ମାଳତୀ ଗୁରୁ, ସୁଜାତା ପଣ୍ଡା, କବିତା ଆଚାର୍ଯ୍ୟ ଓ ପ୍ରଭାସିନୀ ନନ୍ଦ ନିଯୁକ୍ତ ହୋଇଛନ୍ତି |
ସେହିପରି ଜୋନାଲ୍ ସଭାପତି/ କାର୍ଯ୍ୟକାରୀ ସଭାପତି ମଧ୍ୟ ନିକୁକ୍ତ ହୋଇଛନ୍ତି | ଭୁବନେଶ୍ୱର ଜୋନ (ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ) ପାଇଁ ସଂଯୁକ୍ତା ମଣ୍ଡଳ(ସଭାପତି)/ ପୁଷ୍ପାଞ୍ଜଳି ରଣା(କାର୍ଯ୍ୟକାରୀ ସଭାପତି) ନିଯୁକ୍ତ ହୋଇଥିବା ବେଳେ
କଟକ(କଟକ, କଟକ ନଗର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ) ଜୋନ ପାଇଁ ସୁଭଦ୍ରା ଦାସ(ସଭାପତି)/ପ୍ରଭାସିନୀ ଷଡ଼ଙ୍ଗୀ(କାର୍ଯ୍ୟକାରୀ ସଭାପତି), ବାଲେଶ୍ୱର(ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ-୧, ମୟୁରଭଞ୍ଜ-୨) ଜୋନ ପାଇଁ ବୀଣାପାଣି ସାହୁ(ସଭାପତି)/ ମୀନା ମାଝୀ(କାର୍ଯ୍ୟକାରୀ ସଭାପତି), ସମ୍ବଲପୁର(ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼)ଜୋନ ପାଇଁ ସିପ୍ରା ମହାନ୍ତି(ସଭାପତି)/ ସଂଧ୍ୟାରାଣୀ ଲାକ୍ରା(କାର୍ଯ୍ୟକାରୀ ସଭାପତି), ବଲାଙ୍ଗୀର (ବଲାଙ୍ଗୀର, ସୋନପୁର, ନୂଆପଡ଼ା, କଳାହାଣ୍ଡି)ଜୋନ ପାଇଁ କଲ୍ୟାଣୀ ନାୟକ(ସଭାପତି)/ପୁଷ୍ପାଞ୍ଜଳି ପାଣ୍ଡେ (କାର୍ଯ୍ୟକାରୀ ସଭାପତି), ଗଞ୍ଜାମ(ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ, ବୌଦ୍ଧ) ଜୋନ ପାଇଁ ମମତା ବିଶୋୟୀ(ସଭାପତି) ଏବଂ କୋରାପୁଟ(ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା) ଜୋନ ପାଇଁ ଲତା ରାୟ(ସଭାପତି)/ ସୁକାନ୍ତି ବରଦା(କାର୍ଯ୍ୟକାରୀ ସଭାପତି) ଭାବେ ନିଯୁକ୍ତ ହୋଇଛନ୍ତି |
ଦେଖନ୍ତୁ କାହାକୁ କେଉଁ ପଦବୀ |

 

0
0
0
s2sdefault