ହେଡଲାଇନସ୍:

ଗୋଚ୍ଛାଗୋରାରେ ବ୍ଲକସ୍ତରୀୟ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ/କଣ୍ଟାମାଳ(ବଂଶିଧର ମାଝୀ/ସିମୁନ୍ ନାଏକ) ; ୭୨ତମ ସ୍ୱାଧୀନତା ଦିବସ ଅବସରରେ ବୁଧବାର ବ୍ଲକସ୍ତରୀୟ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ-୨୦୧୮ର ଶୁଭାରମ୍ଭ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାଗୋରା ଗ୍ରାମରୁ ହୋଇଛି । ନାବାର୍ଡ ବୌଦ୍ଧ ସହାୟତାରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ   ଓାଇସିଡିଏ ବାଉଁଶୁଣୀ ଦ୍ୱାରା ଆୟୋଜିତ ଏହି ସଚେତନତା ଅଭିଯାନରେ ଗ୍ରାମର ଯୁବକ ଓ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା । ରାଲି ପରେ ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ସଚେତନତା ସଭା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ଖଟୁଆଙ୍କ ଅଧ୍ୟକ୍ଷତାରେ ଗୋଚ୍ଛାଗୋରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଥିଲା । ଏଥିରେ ସ୍କୁଲ ଶିକ୍ଷକ ରାହୁଲ ସେଠି ଓ ସୁଶାନ୍ତ ବାରିକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନର ବିଭିନ୍ନ କାରଣ ତଥା ପରିବେଶ ସୁରକ୍ଷା ସଂପର୍କରେ କହିବା ସହ ଗଛ ବଞ୍ଚିଲେ ଆମେ ବଞ୍ଚିବା ତେଣୁ ଆମ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ଓ ସେମାନଙ୍କ ଯତ୍ନ ଏବଂ କର୍ତବ୍ୟ ସଂପର୍କରେ ଗ୍ରାମବାସୀ ମାନଙ୍କୁ  ମାର୍ଗଦର୍ଶନ କରିଥିଲେ । ଅଗଷ୍ଟମାସ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଚେତନତା ଅଭିଯାନରେ ଖୁଣ୍ଟିଗୋରା,ବରଗାଁ,ଉମା,ନାରାୟଣପ୍ରସାଦ,ଖମନମୁଣ୍ଡା ଓ ବରଗୋଚ୍ଛା ଆଦି ପଞ୍ଚାୟତରେ ୧୦ହଜାର ବୃକ୍ଷ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରକାଶ କରିଥିଲେ । ସଭା ଶେଷରେ ବିଦ୍ୟାଳୟ ପରିସର ଓ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ଓାଇସିଡିଏର ଦୂର୍ଗା ଚରଣ ଚାଉଳିଆ ଧନ୍ୟବାଦ ଅର୍ପଣ କରିଥିଲେ ।  ଓାଇସିଡିଏର ପ୍ରସାନ୍ତ ପଡିହାରୀ,ହେମନ୍ତ ମେହେର,ଚକାମନ ମୁନା,ସଂଜୀବ କବାଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧବଳେଶ୍ୱର ଯୁବକ ସଂଘ ଗୋଚ୍ଛାଗୋରାର ଯୁବକ ତଥା ଗ୍ରାମବାସୀମାନେ ସହ୍େୟାଗ କରିଥିଲେ । 

0
0
0
s2sdefault