ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ପୌର ପରିଷଦ ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ସହରାଂଚଳରେ ଅବସ୍ଥିତ ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ସଂଘୀୟ ପୂଜା ଅନୁଷ୍ଠାନମାନଙ୍କର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ସହରାଂଚଳରେ ପୂଜା ସମୟରେ ଆଇନ୍ ଶୃଙ୍ଖଳା, ଟ୍ରାଫିକ୍ ସମସ୍ୟା ଓ ଅନ୍ୟାନ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଲାଗୁ ହୋଇଥିବାର ଉପଜିଲ୍ଲାପାଳ ଶ୍ରୀ ରାଉତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ଲଗାଯାଇଥିବା ବିଭିନ୍ନ କଟକଣା ଉପରେ ନୟାଗଡ଼ ତହସିଲଦାର ଶ୍ରୀ ଭିକାରି ସାହୁ ଉପସ୍ଥିତ ସଭ୍ୟମାନଙ୍କୁ ବୁଝାଇଥିଲେ ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଶୋଭାଯାତ୍ରା ଓ ଅବରୋଧକୁ ଅନୁମତି ନାହିଁ , ରାସ୍ତାକଡ଼ରେ ଅସ୍ଥାୟୀ ଦୋକାନ, ଷ୍ଟଲ ଖୋଲି ଜାତୀୟ ଓ ରାଜ୍ୟ ରାଜପଥକୁ ଅବରୋଧ ପାଇଁ ଅନୁମତି ନାହିଁ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୂଜାବିଧି ଏବଂ ମେଳା ମହୋତ୍ସବ ରାତ୍ର ୧୦ଘଟିକା ପରେ କରାଯିବ ନାହିଁ , ପୂଜା କେଉଁ ଦିନ , କେଉଁ ଠାରେ ଓ କେତେବେଳେ କରିବେ ସେ ସମ୍ବନ୍ଧରେ ପୂଜାକମିଟିମାନେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇ କରିବେ, ଜାତୀୟ ଓ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ୨୦ଫୁଟରୁ ଅଧିକ ଦୂରରେ ପୂଜାବିଧି ଓ ଭକ୍ତ ସମାବେଶ କରିବା ପାଇଁ ର୍ନିେଶ ଅଛି । ବିଭିନ୍ନ ଅଘଟଣକୁ ଦୃଷ୍ଟିରେ ରଖି ପୂଜାକମିଟିମାନେ ଗେଟ୍ ଓ ତୋରଣ ଏପରି କରିବେ ଯେପରି ପୂଜା ମଂଚ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗର ଗାଡ଼ି ପହଁଚି ପାରୁଥିବ । ଦୁର୍ଘଟଣାର ପ୍ରତିଷେଧକ ବ୍ୟବସ୍ଥା ପୂଜାକମିଟିମାନେ ଆଗରୁ କରିଥିବେ ଏବଂ ଏଥିପ୍ରତି ସଚେତନ ରହିଥିବେ । ରାତ୍ର ୧୦ଘଟିକା ଠାରୁ ସକାଳ ୬ଘଟିକା ପର୍ଯ୍ୟନ୍ତ ମାଇକ୍ ସଂପୂର୍ଣ ବନ୍ଦ ରହିବ । ପାର୍ବଣ ସମୟରେ ଊଔ ସଂପୂର୍ଣ ବନ୍ଦ ରହିବ । ପୂଜା ସମୟରେ କୌଣସି ଅଘଟଣ ଘଟିଲେ ତୁରନ୍ତ ପୋଲିସକୁ ସୂଚନା ଦେବେ । ମୂର୍ତ୍ତିଗୁଡ଼ିକ ସଂପୂର୍ଣ ରୂପେ ଜୈବବିଘଟନ ପଦାର୍ଥରେ ଗଢ଼ା ହୋଇଥିବା ଆବଶ୍ୟକ । ମୂର୍ତ୍ତିଗୁଡ଼ିକୁ ପୌର ପରିଷଦ ନୟାଗଡ଼ ଦ୍ୱାରା ପୂରୁଣା ରାଜବାଟୀ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ପୂଜାକମିଟି ଜିଲ୍ଲା ପ୍ରଶାସନର ନିୟମମାନି ପୂଜାବିଧି କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ।
ଏହି ବୈଠକରେ ନିର୍ବାହୀ ଅଧିକାରୀ ପୌର ପରିଷଦ ସ୍ୱାତୀଲେଖା ମିଶ୍ର,ଟାଉନ ଥାନା ସବ୍ଇନିସପେକ୍ଟର ଶ୍ରୀ ଧର୍ମେନ୍ଦ୍ର ଶିଆଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତ ସଭ୍ୟମାନଙ୍କର ସହଯୋଗ ଆଶାକରି ସଭାସାଙ୍ଗ କରିଥିଲେ ।
ରାଜ୍ୟ
ନୟାଗଡ଼ ସହରରେ ପାର୍ବଣ ଋତୁରେ କଟକଣା
- Hits: 303