ବରଗଡ :- ଗତ ତିନିଦିନ ଧରି ବଟଗଡ଼ ର ବିଭିନ୍ନ ବ୍ଲକ ବୁଲିବା ପରେ ଆଜି ଶେଷ ପର୍ଯାୟରେ ଅହିଂସା ରଥ ନିର୍ଦ୍ଧାରିତ ସମୟ ଠିକ ଅପରାହ୍ନ 3 ଘଣ୍ଟା ସମୟରେ ପାଇକମାଲ ମୁଖ୍ୟ ଛକ କୁ ପହଞ୍ଚି ଥିଲା । ମୁଖ୍ୟ ଛକରେ ପାଇକମାଲ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା ଙ୍କର ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣି ଦାସ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଙ୍କର ସହିତ ବହୁ ଛାତ୍ରଛାତ୍ରୀ , ଅଙ୍ଗନବାଡି ର ଦିଦି ମାନଙ୍କ ସମେତ ସମସ୍ତ ସରକାରୀ ଅଧିକାରୀ , ସ୍ଥାନୀୟ ଜନସାଧାରଣ , ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ଏକ ଶୋଭା ଯାତ୍ରା ରେ କିଛିବାଟ ଯିବାପରେ ଅହିଂସା ରଥ ପଶ୍ଚିମ ଓଡିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ( ବଡ଼ମାଁ) ଙ୍କର ଦ୍ୱାରା ସ୍ଥାପିତ କସ୍ତୁରବା ଗାନ୍ଧୀ ମାତୃନିକେତନ କୁ ପହଂଛି ଥିଲା । ସେଠାରେ ଅନୁଷ୍ଠାନ ର କର୍ମକର୍ତା ଙ୍କର ସହିତ ଅନ୍ତେବାସୀ ମାନେ ରଥ କୁ ସ୍ୱାଗତ କରିଥିଲେ । ଅନୁଷ୍ଠାନ ର କୁନି କୁନି ଛୁଆ ମାନେ ରଥ ସହିତ ଯାଇଥିବା ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ପରେ ପାଇକମାଲ ବିଡ଼ିଓ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ତହସିଲଦାର ପ୍ରମୁଖ ବଡ଼ମାଁ ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ , ଅନୁଷ୍ଠାନ ର ଅନେବାସୀ ମାନଂକ ଦ୍ୱାରା ସୁନ୍ଦର ଗୀତ ଓ ମନମୋହକ ନାଚ ପ୍ରଦର୍ଶନ କରାଯାଇଥିଲା ।
ମାତୃନିକେତନ ରୁ ବାହାରି ରଥ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ବିରାଜମାନ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର କୁ ପହଂଛି ଥିଲା । ମନ୍ଦିର ପରିସରରେ ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ମନ୍ଦିର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ଦେବାଶିଷ ଶିନ୍ହା , ମନ୍ଦିର ର ସେବାୟତ ଓ କର୍ମକର୍ତା ପ୍ରମୁଖ ସ୍ୱାଗତ କରିଥିଲେ ।
ନୃସିଂହନାଥ ମନ୍ଦିର ରୁ ବାହାରିବା ପରେ ରଥ ପାଇକମାଲ ସ୍ଥିତ ଯମୁନା କନ୍ଧୁଣି ବାଳିକା ବିଦ୍ୟାଳୟ କୁ ପହଞ୍ଚି ଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଙ୍କ ସହିତ ତାଙ୍କର ସମସ୍ତ ସହଯୋଗୀ ଓ ବିଦ୍ୟାଳୟ ର ସମସ୍ତ ଛାତ୍ରୀ ମାନେ ରଥକୁ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମାରୋହର ମୁଖ୍ୟ ଆକର୍ଷଣ ଥିଲା ସ୍ଥାନୀୟ ମହିଳା ସଂକୀର୍ତ୍ତନ ଦଳ ଓ ପାରମ୍ପରିକ ଡାଲଖାଇ ଲୋକନୃତ୍ୟ । ଏହି ବିଦ୍ୟାଳୟ ପରିସରରେ ଅୟୋଜିତ ଆଜିକାର ମୁଖ୍ୟ ସମାରୋହ ରେ ପାଇକମାଲ ଅଂଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦାୟାଦ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ମୁଖ୍ୟ ସମାରୋହ ରେ ମୂଖ୍ୟ ଅତିଥି ଭାବରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ସମ୍ମାନିତ ଅତିଥୀ ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣି ଦାସ , ମୁଖ୍ୟ ବକ୍ତା ଭାବରେ ବିନ୍ଧବାସିନୀ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ଦିୱାନ ଯୋଗଦାନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଡୋଳାମଣୀ ମାହାର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଅହିଂସା ରଥ କୁ ଭବ୍ୟ ସ୍ୱାଗତ
- Hits: 1520











