ହେଡଲାଇନସ୍:

ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବ ଉଦଯାପିତ  ‘ବିବାଦ ଓ ବିତର୍କର ଉଧ୍ୱର୍ରେ ଓଡ଼ିଆ ଜାତିର ଜୀବନରେଖା ମହାନଦୀ’ ‘ସାହିତ୍ୟକାରମାନେ ସମାଜ ବ୍ୟବସ୍ଥାର ଅଘୋଷିତ ସ୍ଥାୟୀ ବ୍ୟବସ୍ଥାପକ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଭୁବନେଶ୍ୱରରୁ ଚକ୍ରଧର ମାଝୀ :  ମହାନଦୀ  ବିତର୍କ କି ବିସମ୍ବାଦ ନୁହେଁ, ବିବାଦର  କଥାବସ୍ତୁ  ନୁହେଁ; ମହାନଦୀ ଆମ ସମୟର ଦାରୁଣ ଦୁସମ୍ବାଦ । ମହାନଦୀ ଓଡ଼ିଆ ଜାତିର ଜୀବନରେଖା । ଦଳମତ ବିଚାରଧାରା ତଥା ବିବାଦ ଓ ବିତର୍କର ଉଧ୍ୱର୍ରେ ମହାନଦୀ ମହାସମସ୍ୟାର ସୂତ୍ର ଓ ସିଦ୍ଧାନ୍ତ ନିର୍ଣୟ କରିବା ସାମ୍ପ୍ରତିକ ସମୟର ସବୁଠୁ ବଡ଼ ଆହ୍ୱାନ ବୋଲି ଭୁବନେଶ୍ୱର ମେଫେୟାର କନଭେନସନ୍ ଠାରେ ଦୁଇଦିନ ଧରି ଚାଲିଥିବା ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବ (ବିପିଏଫ୍ ୨୦୧୭) ଉଦ୍ଯାପନୀ ଦିବସରେ ମତ ପ୍ରକାଶ କରିଚନ୍ତି ବିଭିନ୍ନ ଦଳର ରାଜନେତା ସାମ୍ବାଦିକ । 

ଉଦ୍ଘାଟନୀ ଉତ୍ସବରେ ପୂର୍ବରାନା ମନ୍ତ୍ରୀ ତଥା ବିଜେଡି ବିଧାୟକ  କବି ଡ. ଅରୁଣ କୁମାର ସାହୁ କହିଲେ, ମହାନଦୀ ମୋର ଶୈଶବ ସ୍ୱପ୍ନ, କୈଶୋରର କ୍ରୀଡ଼ାଭୂମି, ତାରୁଣ୍ୟର ତୂର୍ଯ୍ୟନାଦ ଓ ବର୍ଷୀୟାନ ବିଚାରର ପୃଷ୍ଠଭୂମି  । ମୁଁ କେବଳ ନୁହେଁ, ମୋ ଭଳି ରାଜ୍ୟର ଅଗଣିତ ମଣିଷ ମହାନଦୀ କୂଳ ଓ କୋଳରେ ଜନ୍ମଲାଭ କରିଛନ୍ତି ଏବଂ ଓଡ଼ିଶାର ଅନ୍ୟମାନଙ୍କୁ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମହାନଦୀ ଆପଣାପଣରେ ବନ୍ଧିରଖିଛି । ମହାନଦୀ ଓଡ଼ିଶାର ଭାଷା, ସାହିତ୍ୟ,ସଂସ୍କୃତି, ଐତିହ୍ୟ, ପ୍ରଥା ଓ ପରମ୍ପରାର ପ୍ରମୁଖ ଦସ୍ତାବିଜ । କେବଳ ରାଜନେତାମାନେ ନୁହନ୍ତି, ସାହିତ୍ୟକାରମାନେ ମଧ୍ୟ ମହାନଦୀ ସମସ୍ୟାର ସମାଧାନର ସୂତ୍ର ସନ୍ଧାନରେ ସହାୟକ ହେବା ଆବଶ୍ୟକ । ଆମେ ରାଜନୈତିକ ବ୍ୟବସ୍ଥାର ପ୍ରତିନିଧିମାନେ ସମାଜ ବ୍ୟବସ୍ଥାର ପରିବର୍ତନଶୀଳ ପ୍ରତିନିଧି । କିନ୍ତୁ ସାହିତ୍ୟକାର ମାନେ ସମାଜ ବ୍ୟବସ୍ଥାର ଅଘୋଷିତ ସ୍ଥାୟୀ ବ୍ୟବସ୍ଥାପକ ।

ଉତ୍କଳଭାରତର  ଭାରତର ସଭାପତି ତଥା ପ୍ରାକ୍ତନ ସାଂସଦ ଐର ଖାରବେଳ ସ୍ୱାଇଁ କହିଲେ, ରାଜନୈତିକ ସ୍ୱାର୍ଥ ପାଇଁ ମହାନଦୀ ଏକ ଉପôାଦିତ ସମସ୍ୟା । ରାଜନୈତିକ ଦଳମାନେ ସଂପୃକ୍ତ ପ୍ରସଙ୍ଗରେ ଉଭୟ ଡାଆଣୀ ଓ ଗୁଣିଆ ଭୂମିକାରେ ଅବତୀର୍ଣ ହୋଇଛନ୍ତି । ରାଜ୍ୟର ବୃହତ୍ତର ସ୍ୱାର୍ଥକୁ ଉପେକ୍ଷା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ୟା ସମାଧାନ କରିବା ପରିବର୍ତେ ସମସ୍ୟା ସୃଷ୍ଟି କରିବାରେ ଲାଗିଛନ୍ତି । ଦଳ ଦୁର୍ଗତ, ନେତୃତ୍ୱ ଓ ବ୍ୟକ୍ତିତ୍ୱ ନୀତିହୀନ, ପ୍ରସଙ୍ଗ ଭିତ୍ତିହୀନ ହୋଇପଡ଼ିଛି । ଏକ ସୁସ୍ଥ ସମୃଦ୍ଧ ଓ ଶକ୍ତିଶାଳୀ ଓଡ଼ିଶାର ପୁନର୍ଗଠନ ପାଇଁ ଦଳ ବ୍ୟକ୍ତିତ୍ୱ ଓ ପ୍ରସଙ୍ଗର ଗଠନମୂଳକ କ୍ରିୟାଶୀଳତା ଏକାନ୍ତ ଆବଶ୍ୟକ । ପ୍ରାକ୍ତନ ବାଚସ୍ପତି, ବାଗ୍ମୀ ଶରତ କୁମାର କର ମହାନଦୀ ସମସ୍ୟାର ସମାଧାନ ପାଇଁ ଦଳ,ମତ,ଗୋଷ୍ଠୀ , ବ୍ୟକ୍ତିବିଚାରର ଉର୍ଧ୍ଵରେ  ଏକ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ । ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓଡ଼ିଶାର ଅବହେଳା ଓ ଛତିଶଗଡ଼ର ଅତିକ୍ରମଣ ସମ୍ପର୍କରେ ନିଜର ମନ୍ତବ୍ୟ ରଖିଥିଲେ । ଓଡ଼ିଶା ସରକାରଙ୍କର କୁମ୍ଭକର୍ଣ ନିଦ୍ରାକୁ ସେ ନିନ୍ଦା କରିଥିବା ବେଳେ ଛତିଶଗଡ଼ର ବେଆଇନ ଜବରଦଖଲକୁ ନାପସନ୍ଦ କରିଥିଲେ । ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଓଡ଼ିଶା ସରକାରଙ୍କ ଦୀର୍ଘଦିନର ନିରବତାକୁ ନାପସନ୍ଦ କରିଥିବା ବେଳେ ଛତିଶଗଡ଼ ସରକାରଙ୍କ ଅନୁପ୍ରବେଶକୁ ଦୃଢ଼ କଣ୍ଠରେ ନିନ୍ଦା କରିଥିଲେ ।ବରିଷ୍ଠ  ସାମ୍ବାଦିକ ଅରୁଣ କୁମାର ପଣ୍ଡା କହିଲେ, ମହାନଦୀ ପ୍ରସଙ୍ଗକୁ ରାଜନୈତିକ ଦଳମାନେ ରାଜ୍ୟର ସ୍ୱାର୍ଥ ଓ ଜନମତକୁ ବିଭ୍ରାନ୍ତ କରୁଛନ୍ତି । ଅସଲରେ ଏ ସମସ୍ୟାର ସମାଧାନ  ପାଇଁ କୌଣସି ଦଳର ଆଗ୍ରହ ନାହିଁ ।

ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ସଭପତି ତଥା କବି ଓ ରାଜନେତା ଶଙ୍କର୍ଷଣ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ଉଦ୍ଘାଟନୀ ସଂପାନକୁ ରାଜନୀତି ବିଜ୍ଞାନ ଅଧ୍ୟାପକ ନେତାଜୀ ଅଭିନନ୍ଦନ ସଂଚାଳନ କରିଥିଲେ । ଦ୍ୱିତୀୟ ସଂପାନ ‘ବୌଦ୍ଧିକ ଚର୍ଚାରେ ନାହିଁ ଓଡ଼ିଆ ସନେମା’ରେ ଅଭିନେତ୍ରୀ-ନିର୍ଦେଶିକା ବିଜୟା ଜେନା, ସଂଳାପକାର ରଜନୀ ରଂଜନ, ନିର୍ଦେଶକ ସୁଶାନ୍ତ ମଣି, ଲେଖକ-ସାମ୍ବାଦିକ ଆଶିଷ ଗଡ଼ନାୟକ ମନ୍ତବ୍ୟ ରଖିଥିଲେ । ତୃତୀୟ ସଂପାନ ‘ମଂଚ ନାଟକର ବଜାର’ରେ ଚୌଧୁରୀ ଜୟପ୍ରକାଶ ଦାସ, ଅଭିନ୍ନ ରାଉତରାୟ, ପ୍ରାଚୀ ତାରା, ଦେବଦତ ପତି, ପବିତ୍ର ମହାନ୍ତି ଆଲୋଚନା କରିଥିଲେ ।

ଚତୁର୍ଥ ସମ୍ପାନ ‘ଅନୁବାଦର ଗୁଣସୂତ୍ର’ରେ ରତ୍ନମାଳା ସ୍ୱାଇଁ, ସଂଗ୍ରାମ ଜେନା, କ୍ଷିରୋଦ ପରିଡ଼ା ଓ ଶକ୍ତି ମହାନ୍ତି ଆଲୋଚନା କରିଥିଲେ । ପଂଚମ ସଂପାନରେ ‘ଓଡ଼ିଆ କବିତା ଓ ନାରୀ କବି’ ପ୍ରସଙ୍ଗରେ ମତ ରଖିଥିଲେ ଶୁଭଶ୍ରୀ ଲେଙ୍କା, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ପ୍ରଜ୍ଞା ପ୍ରବର୍ତିକା ଦାଶ ପ୍ରମୁଖ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ବ୍ୟଙ୍ଗ କବିତା ଆସରରେ ଗିରୀଶ ରଂଜନ, କୁଳାଙ୍ଗାର, ଶ୍ରୀ ହୁଗୁଳା ଓ ଶ୍ରୀ ଦୁର୍ବଳିଆ କବିତା ପାଠ କରିଥିଲେ ।

0
0
0
s2sdefault