ହେଡଲାଇନସ୍:

ଟିପିସିଓଡିଏଲ୍‌ ଓଏନିଲାଇନ୍‌ ସହ ଯୋଗିତାରେ ସଠିକ୍‌ ସ୍ପଟ୍‌ ବିଲିଂ ପାଇଁ ଏଆଇ-ଭିତିକ ଓସିଆର୍ ପ୍ରଯୁକ୍ତିର ମୂତୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତର ପ୍ରଥମ ୟୁଟିଲିଟି ପ୍ରଦାନକାରୀ ଭାବେ ଓସିଆର୍‌ ଜରିଆରେ ସ୍ପଟ୍‌ବିଲିଂ ବିକଳ୍ପ ଚୟନ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅଣ-ବୈଷୟିକ କ୍ଷତିହ୍ରାସ ଏବଂ କ୍ଷେତ୍ରସ୍ଥଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଗ୍ରାହକଙ୍କୁ ସ୍ପଟ୍‌ବିଲିଂ ପ୍ରକ୍ରିୟାରେ ସହାୟତା ପ୍ରଦାନ କରିବାଲାଗି ମୋବାଇଲ୍ ତଥ୍ୟ ସଂଗ୍ରହ ଓ ଆର୍ଟିଫିସିଆଲ ଇଟେଂଲିଜେନ୍‌ସ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କଂପାନି ଏନିଲାଇନ୍‌ ସହ ସହଯୋଗିତା ସ୍ଥାପନ କରାଯାଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି ।
ଟିପିସିଓଡିଏଲ୍ ପକ୍ଷରୁ ମିଟର ରିଡିଂ ପାଇଁ ଅପ୍ଟିକାଲ୍‌ କ୍ୟାରେକ୍ଟର ରେକଗ୍ନିସନ୍ (ଓସିଆର୍‌)କୁ ପ୍ରଥମ ଥର ବ୍ୟବହାର କରାଯାଇଛି ଯାହା ଶିଳ୍ପର ନବସୃଜନକୁ ଦର୍ଶାଉଛି । ଦୁଇ କଂପାନି ମଧ୍ୟରେ ସ୍ଥାପନ ହୋଇଥିବା ସହଯୋଗିତା ଯୋଗୁଁଏହା ସମ୍ଭବ ହୋଇପାରିଛି ।
କ୍ଷେତ୍ରସ୍ଥଳରେ ମିଟରରିଡିଂ ତଥ୍ୟ ସଂଗ୍ରହ କରିବା ଲାଗି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ମୋବାଇଲ୍‌ ଡିଭାଇସ୍‌ରେଏହି ନୂଆ ସ୍କାନିଂ ସମାଧାନକୁ ସାମିଲ କରାଯାଇଛି ଯେଉଁଥିରେ ମୋବାଇଲ୍‌ ଡାଟା ସଂଗ୍ରହ ଓ ଏଆଇର ଶକ୍ତି ଥିବା ଆଂଟି-ସ୍ପୁଫିଙ୍ଗ୍ ଦକ୍ଷତାର ସମିଶ୍ରଣ ରହିଛି । ନିଜ ମୋବାଇଲ୍‌ ଡିଭାଇସ୍‌ରେ ୟୁଟିଲିଟି ମିଟରକୁ ସ୍କାନ୍‌ କରିବା ଦ୍ୱାରା କ୍ଷେତ୍ରସ୍ଥଳରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ତତ୍କାଳ ମିଟର ରିଡିଂ ସଂଗ୍ରହ କରିପାରିବେ ।ଦାଖଲ କରାଯାଇଥିବା ଡାଟା ଓ ଛବିର ଅସଲି ପଣ ଓ ସଠିକତାକୁ ଚିହ୍ନଟ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ତାହାକୁ ପୁନର୍ବାର ଯାଂଚ କରାଯିବ ।ଗ୍ରାହକଙ୍କୁ ସ୍ପଟ୍‌ବିଲିଂ ଦେବାବେଳେ ସେହି ମିଟର ମୂଲ୍ୟକୁ ବ୍ୟବହାର କରାଯିବ ଯାହା ଦ୍ୱାରା ଏକ ଦ୍ରୁତ ଓ ଅଧିକ ସଠିକ ବିଲିଂ ପ୍ରକ୍ର୍ରିୟାକୁ ନିଶ୍ଚିତ କରିବା ସମ୍ଭବପର ହୋଇପାରିବ ।
ଟିପିସିଓଡିଏଲ୍‌ର ପରିଚାଳନାକ୍ଷେତ୍ର ୨୯,୦୦୦ ବର୍ଗକିମିରୁ ଅଧିକ ଅଂଚଳରେ ବ୍ୟାପିଛି ଓ ଏହାର ଗ୍ରାହକସଂଖ୍ୟା ୨୭.୫ ଲକ୍ଷ ରହିଛି । ଉପସ୍ଥିତ ଭୌଗୋଳିକ ସ୍ଥିତି ସହିତଜଡ଼ିତ ଥିବା ନିର୍ଦିଷ୍ଟ ପ୍ରକାରର ଆହ୍ୱାନ ଅନୁସାରେ ଗ୍ରାହକମାନଙ୍କ ସୁବିଧା ଲାଗି ସ୍ପଟ୍‌ବିଲିଂ ସହ ନବସୃଜନକୁ ଆଗକୁ ବଢ଼ାଇଥିବାରୁ ଟିପିସିଓଡିଏଲ୍‌ ଗର୍ବିତ ମନେ କରୁଛି । ସ୍ପଟ ବିଲିଂ ସହଯୋଡ଼ିହୋଇଥିବା ନୂଆ ଓସିଆର୍‌ଭିତିକ ସମାଧାନ ଗ୍ରାହକମାନଙ୍କ ଲାଗି ଅଧିକ ସ୍ୱଚ୍ଛତା ନିଶ୍ଚିତ କରିବ ଏବଂ କର୍ମଚାରୀମାନଙ୍କଲାଗି ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବ ।
ମାନବ ଅସଙ୍ଗତି ଯୋଗୁଁ ହେଉଥିବା ତ୍ରୁଟିଯୁକ୍ତ ରିଡିଂ ସମସ୍ୟାକୁ ଦୂର କରିବାରେଏହିସମାଧାନ ସହାୟକ ହେବ ଓ ସେହି ଅନୁସାରେ, ଉଭୟ ମିଟର ରିଡିଂ ଓ ଗ୍ରାହକ ବିଲିଂରେଏହା ସଠିକତାକୁ ନିଶ୍ଚିତ କରିବ ।ଡିସ୍‌କମ୍‌ର ଅଣ-ବୈଷୟିକ କ୍ଷତିକୁ କମ୍‌ କରିବାରେ ମଧ୍ୟ ଏହା ସହାୟକ ହୋଇପାରିବ ।
ଏହି ସହ ଯୋଗିତା ସମ୍ପର୍କରେ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଶ୍ରୀଯୁକ୍ତ ଏମ୍‌ ସେନବାଗମ କହିଛନ୍ତି ଯେ, “ଭରସାଯୋଗ୍ୟ ବିଦ୍ୟୁତଯୋଗାଣ ଓ ଶ୍ରେଷ୍ଠଗ୍ରାହକ ଅନୁଭୂତି ପ୍ରଦାନ କରିବା ପାଇଁ ଉନ୍ନତ ପ୍ରଯୁକ୍ତିକୁଗ୍ରହଣ ଓ ସମନ୍ୱିତ କରିବାଉପରେ ଆମର ଦୃଢ଼ ବିଶ୍ୱାସରହିଛି ।ଏନିଲାଇନ ଜିଏନ୍‌ବିଏଚ୍‌ ସହଯୋଗିତାରେ ଆମରଏହି ନୂଆ ଅଭିଯାନ ମିଟରରିଡିଂ ଓ ବିଲିଂରେ ଉଚ୍ଚତର ସଠିକତା ଓ ସ୍ୱଚ୍ଛତା ପ୍ରଦାନ କରି ଗ୍ରାହକଙ୍କୁ ଶ୍ରେଷ୍ଠ ମୂଲ୍ୟ ଉପସ୍ଥାପନ କରିବ ।’’
ଏହି ସହଯୋଗିତା ସମ୍ପର୍କରେ ଏନିଲାଇନ୍‌ର ସିଇଓ ଓ ସହ ପ୍ରତିଷ୍ଠାତା ଲୁକାସକିନିଗାଡନର୍‌ କହିଛନ୍ତି ଯେ, “ବିଦ୍ୟୁତ ବଂଟନ ଶିଳ୍ପରେ ନବସୃଜନର ନେତୃତ୍ୱକୁ ଟିପିସିଓଡିଏଲ୍‌ ଜାରି ରଖିଥିବା ବେଳେ ସେମାନଙ୍କ ସହବୃଦ୍ଧି ପାଉଥିବା ସହଯୋଗିତାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ।ସେମାନଙ୍କ ବର୍ତମାନର କାର୍ଯ୍ୟ ପ୍ରକ୍ରିୟାରେ ଓସିଆର୍‌ ସମାଧାନକୁ ଗ୍ରହଣ କରାଯାଇଥିବାରୁ ସେମାନଙ୍କ ପରିଚାଳନା ପ୍ରକ୍ରିୟାରେ ଉନ୍ନତି ଓ ଗ୍ରାହକ ସନ୍ତୁଷ୍ଟିରେ ବୃଦ୍ଧି ଆମେ ଆଶାକରୁଛୁ ।’’

0
0
0
s2sdefault