ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର
ଭୁବନେଶ୍ୱର :ଜଗତସିଂହପୁର ଜିଲ୍ଲାର ୪୨ ବର୍ଷିୟ ବାସିନ୍ଦା ସଞ୍ଜୟ ଲେଙ୍କା ନୂଆଦିଲ୍ଲୀରେ ରହି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୨୬ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସହକର୍ମୀମାନଙ୍କ ସହଯୋଗରେ ନୂଆଦିଲ୍ଲୀସ୍ଥିତ ଆର୍.ଏମ୍.ଏଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, କିଛି ଘଣ୍ଟା ପରେ ସେ ଚିକିତ୍ସାଧିନ ଅବସ୍ଥାରେ .ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।
ଶୋକସନ୍ତପ୍ତ ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ସଞ୍ଜୟଙ୍କ ମୃତଦେହକୁ ଦିଲ୍ଲୀରୁ ଫେରାଇ ଆଣିବା ପାଇଁ ଅସମର୍ଥ ଥିଲେ ଓ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାରର ସହଯୋଗ ଲୋଡିଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଦିଲ୍ଲୀରୁ ମୃତଦେହକୁ ଜଗତସିଂହପୁରସ୍ଥିତ ତାଙ୍କ ଗ୍ରାମକୁ ଫେରାଇ ଅଣାଯାଇଥିଲା । ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ବିଧାୟକ (ଭୁବନେଶ୍ୱର ମଧ୍ୟ)ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ଵାସନା ଦେଇଥିଲେ ।











