ହେଡଲାଇନସ୍:

ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ନେଇ ବୈଠକ ନେଲେ ମନ୍ତ୍ରୀ ଅତନୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ଥଳ ଅନୁଧ୍ୟାନ ସହ ବିଭାଗୀୟ ପଦାଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର - ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବକଳେବର ହେବାସହ ବଦଳିବ ଏହାର ପରିବେଶ । ଭିତିଭୂମି ବିକାଶ କରାଯିବ । ଲୋକମାନେ ଯେପରି ଭଲରେ ସ୍ୱାସ୍ଥ୍ୟସେବା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ । ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ । ସେଥିପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର କରଇଛି । ଏ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୋମବାର ଦିନ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରପ ପରିଦର୍ଶନରେ ଯାଇ ସ୍ଥଳ ଅନୁଧ୍ୟାନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦୋଇଛନ୍ତି ।

ଉକ୍ତ ଡାକ୍ତରଖାନାର ଓପିଡ଼ି, ଆଇପିଡ଼ି କକ୍ଷ ନିର୍ମାଣ କରାଯିବ ବୋଲି କୁହାଯାଇଛି । ଡାକ୍ତରଙ୍କ ପାଇଁ ବିଶ୍ରାମ ଓ ଆବାସିକ ଗୃହ ଏହି ଅର୍ଥରେ ତିଆରି କରାଯିବ । ଡାକ୍ତରଖାନାରେ ବ୍ୟବହୃତ ପାଣି ସମସ୍ୟା ଦୁରକରିବା ପାଇଁ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ କରାଯିବ । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ବେଳେ ୨୪ ଘଂଟା ବିଦ୍ୟୁତ ଯୋଗାଣ ପାଇଁ ଉଚ୍ଛଶକ୍ତି ସମ୍ପନ୍ନ ଡିଜି ବସାଯିବ । ସୈାର ଆଲୋକ ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଏହାସହ ବିଶୁଦ୍ଧ ପାନୀୟଜଳ ପାଇଁ ଜଳବିଶୋଧନ ଯନ୍ତ୍ର ମେଡିକାଲ ପରିସରରେ ଲାଗିବ । ଏହିସବୁ କାର୍ଯ୍ୟର ଦାୟିତ୍ୱ ପୂର୍ତ ବିଭାଗକୁ ପ୍ରଦାନ କରାଯିବ ଏବଂ ଠିକଣା ସମୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜଣାଯାଇଛି । ସରକାର ସ୍ୱାସ୍ଥ୍ୟ ବିଭାଗ ପ୍ରତି ଗୁରୁତ୍ୱ ଦେବା ଅବସରରେ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ବଦଳିଲେ ବହୁ ରୋଗୀ ଉପକୃତ ହେବା ସହ ଦୀର୍ଘଦିନର ସମସ୍ୟା ମଧ୍ୟ ସମାଧାନ ହେବ ।

ମନ୍ତ୍ରୀ ଶ୍ରୀ ନାୟକଙ୍କ ସହିତ, ସିଡ଼ିଏମଓ ନମିତା ପଟ୍ଟନାୟକ, ଉପଜିଲ୍ଲାପାଳ ନରିଞ୍ଜନ ବେହେରା ,ମେଡ଼ିକାଲ ଇନଚାର୍ଜ ଡାଃ ନିରଞ୍ଜନ କର, ନିର୍ବାହୀଯନ୍ତ୍ରୀ ସରୋଜ କୁମାର ନାୟକ , ବିଡ଼ିଓ ଦେବାଶିଷ ରାଉତ ଏବଂ ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡା , ଏନଆରଏଚଏମର ସହକାରୀ ଯନ୍ତ୍ରୀ ବିଚିତ୍ର ମୋହନ ଜେନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

0
0
0
s2sdefault