ବିଭିନ୍ନ କ୍ଷେତ୍ରରୁ ସମ୍ବର୍ଦ୍ଧିତ ହେବେ ୭ ପ୍ରତିଭା
ପଦ୍ମପୁର()-ସାହିତ୍ୟ ସଂସ୍କୃତିପ୍ରେମୀ ମାନେ ସାମାଜିକ ଗଣମାଧ୍ୟମରେ ଏକତ୍ରିତ ହୋଇ ପରବାସୀ କୁଟୁମ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ଆଗାମୀ ୪ସେପ୍ଟେମ୍ବର ରବିବାର ଦିନ ନୂଆଁଖାଇ ଭେଟଘାଟ ଚଳିତ ବର୍ଷ ବିଜେପୁର ବ୍ଳକର ତାଳପଦର ଗ୍ରାମର ଖଗେଶ୍ୱର ମଣ୍ଡପରେ ପାଳନ କରିବେ ବୋଲି ଜଣାଯାଇଛି । ଉକ୍ତ ଦିନ ସାଂସ୍କୃତିକ ଶୋଭାଯାତ୍ରା, ନୂଆଁଖାଇ ଭେଟଘାଟ ସଭା, ସମ୍ବର୍ଦ୍ଧନା ପର୍ବ, କବିତା ଆବୃତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ନେଇ ଦିନବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ବହିପସରା ତଥା ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହେବ । ଚଳିତ ବର୍ଷ ସାହିତ୍ୟରେ ବରଗଡରୁ ଶିବଶଙ୍କର ପୁଝାରୀ, ସାହିତ୍ୟ ଅନୁଷ୍ଠାନ ଭାବରେ ବଲାଙ୍ଗିରର ତହଁକ ଅନୁଷ୍ଠାନ, ସମାଜସେବାରେ ବରଗଡର ସଙ୍କଳ୍ପ ପରିବାର, କଲାରେ ଭବାନୀପାଟଣାରୁ ପରମେଶ୍ୱର ମୁଣ୍ଡ, ଚାଷରେ ନୂଆଁପଡାରୁ ଇନ୍ଦ୍ରମଣି ପାଣିଗ୍ରାହୀ ଓ ଯୁବପ୍ରତୀଭା ବଲାଙ୍ଗିରରୁ ସୁଜିତ କୁମାର ଶତପଥୀଙ୍କୁ ପରବାସୀ ସମ୍ମାନ ଏବଂ ସମ୍ବଲପୁରରୁ ରତନ କୁମାର ପୁଜାହାରୀଙ୍କୁ ସଂଜୀବ ବଣିଆଁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଜଣାଯାଇଛି । ଏ ନେଇ ଏକାଧିକ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତୀ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ସର୍ବଶ୍ରୀ କପିଲେଶ୍ୱର ଖମାରୀ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସୁଶାନ୍ତ ମିଶ୍ର, ହୃଦମଣି ସାହୁ, ସର୍ଜନ ପଧାନ, ଗଜାନନ ସାହୁ, ବିବେକାନନ୍ଦ ପଧାନ, ସୁଶାନ୍ତରଂଜନ ପଧାନ, ଉମେଶ ଭୋଇ, ଅଶୋକ ପୁଜାହାରୀ, ବୃନ୍ଦାବନ ସାହୁ, ଉମାକାନ୍ତ ଭୋଇ, ଦେବାଶିଷ ମେହେର, ଆଶୁତୋଷ ମେହେର, ସତ୍ୟପ୍ରକାଶ ସାହୁ, ନେତ୍ରାନନ୍ଦ ସାହୁ, ସତ୍ୟପ୍ରକାଶ ପଧାନ, ଗଣନାଥ ସାହୁଙ୍କ ସମେତ ଉଭୟ ଅନୁଷ୍ଠାନର କର୍ମକର୍ତାମାନେ ବିଭିନ୍ନ କମିଟୀ ଓ ସବକମିଟୀ ଗଠନ କରି ବ୍ୟପକ ପ୍ରସ୍ତୁତି ଚଲାଇଛନ୍ତି ବୋଲି ଜଣାଯାଇଛି ।



















