ହେଡଲାଇନସ୍:

ପୁଅ ର ଶବ ମୁକୁଳେଇବା ପାଇଁ ଦିନ ମଜୁରିଆ ବାପାକୁ ସାହା ହେଲା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା: ଦେବଦୂତ ସାଜିଲା ଓଡ଼ିଶା ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହେଲା ପରେ ମୃତଦେହ ହସ୍ପିଟାଲରୁ ନେବା ଦିନ ମଜୁରିଆ ବାପ ସାମର୍ଥ୍ୟର ବାହାରେ ଥିଲା । ଚିକିତ୍ସା ବାବଦରେ ହସ୍ପିଟାଲରେ ମୋଟା ଅଙ୍କ ଅର୍ଥରାଶିର ବିଲ୍ ପୈଠ କରିବା ତାଙ୍କ ପାଇଁ କାଠିକର ପାଠ ଥିଲା । ତେବେ ଏଭଳି ସ୍ଥିତିରେ ଓଡ଼ିଶା ମୋ ପରିବାର ସଂଯୋଜନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।
ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କାଠଶିର୍ଶି ଗ୍ରାମର ବାସିନ୍ଦା ବୀରକିଶୋର ପାତ୍ର ଦିନ ମଜୁରିଆ ଭାବେ କାମ କରି ପରିବାର ଚଳେଇ ଥା’ନ୍ତି । ଭାଗ୍ୟର ବିଡମ୍ବନା, ତାଙ୍କର ଏକମାତ୍ର ପୁଅ ବିଷ୍ଣୁର ମୁଣ୍ଡରେ ପାଣି ଜମି ଅବସ୍ଥା ଗୁରୁତର ହେବାରୁ ସେ ଚିକିତ୍ସା ନିମନ୍ତେ କଟକସ୍ଥିତ ଶିଶୁଭବନକୁ ନେଇଆସିଥିଲେ । ସେଠାରେ ତାଙ୍କୁ କେହି ଜଣେ ବ୍ୟକ୍ତି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ପ୍ରବର୍ତ୍ତାଇ ଥିଲେ । ବୀରକିଶୋର ବିଳମ୍ବ ନକରି ତାଙ୍କ ପୁଅକୁ ଶିଶୁଭବନରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ କିଛିଦିନ ଚିକିତ୍ସା ହେବା ପରେ ହସ୍ପିଟାଲର କର୍ତ୍ତୃପକ୍ଷ ତାଙ୍କୁ ମୋଟା ଅଙ୍କର ବିଲ୍ ଦେଇଥିଲେ ଯାହାକୁ ସେ ଭରିବାକୁ ଅସମର୍ଥ ଥିଲେ । ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଧୀନରେ ଚିକିତ୍ସାର ପଇସା କାଟିବାକୁ ଅନୁରୋଧ କରିଥିଲେ କିନ୍ତୁ ହସ୍ପିଟାଲର କର୍ତ୍ତୃପକ୍ଷ ରାଜି ହୋଇନଥିଲେ ।
ଦୁର୍ଭାଗ୍ୟବଶତଃ, ଗତ ଅଗଷ୍ଟ ୨୮ ତାରିଖରେ ତାଙ୍କ ପୁଅ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ହସ୍ପିଟାଲର ମ୍ୟାନେଜର ତାଙ୍କୁ କିଛି ଅର୍ଥ ଜମା କରି ପୁଅର ମୃତଦେହ ନେବାକୁ କହିଥିଲେ । ପୁଅକୁ ହରାଇବାର ଦୁଃଖ ଏବଂ ହାତରେ ପଇସା ନଥିବାରୁ ବୀରକିଶୋର ଅସହାୟ ହୋଇପଡ଼ିଥିଲେ ଓ ସଙ୍ଗେସଙ୍ଗେ ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମ ମାରାଣ୍ଡିଙ୍କର ସହଯୋଗ ଲୋଡିଥିଲେ । ଶ୍ରୀ ମାରାଣ୍ଡି ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ।
ଓଡ଼ିଶା ମୋ ପରିବାର କଟକ ସହର ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳ ଏବଂ ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବିଲ୍ କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଆଣିଥିଲେ ଓ ବୀରକିଶୋର ପୂର୍ବରୁ ଦେଇଥିବା ଅର୍ଥରାଶି ମଧ୍ୟ ହସ୍ପିଟାଲ ପକ୍ଷରୁ ଫେରସ୍ତ ହୋଇଥିଲା । ଏ ସମସ୍ତ ପ୍ରକ୍ରିୟାକୁ କଟକ ବଡ଼ ମେଡ଼ିକାଲ ର ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ୍ ରଥ ସଂଯୋଜନା କରିଥିଲେ ।

0
0
0
s2sdefault