ଭୁବନେଶ୍ୱର - ପୁରୀର ରାଷ୍ଟ୍ରପତି ପୁୂରସ୍କାରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଦିବାକର ତ୍ରିପାଠୀଙ୍କ ସହଧର୍ମିଣୀ ତଥା ଜଣାଶୁଣା ଆଡଭୋକେଟ ବିଭୁ ପ୍ରସାଦ ତ୍ରୀପାଠୀଙ୍କ ମାତା ବିଦ୍ୟୁତ ପ୍ରଭା ତ୍ରିପାଠୀଙ୍କର ଆଜି ପରଲୋକ ଘଟିଛି । ତାଙ୍କୁ ୭୯ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ କନ୍ୟା ତଥା ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଜୟଶ୍ରୀ ତ୍ରୀପାଠୀ, ବଡ଼ପୁଅ ବିଭୁ ପ୍ରସାଦ ତ୍ରିପାଠୀ, ବାଙ୍ଗାଲୋରରେ ଅବସ୍ଥାପିତ ସଫ୍ଟୱେର ଇଂଜିନିୟର ସାନପୁଅ ପ୍ରଜ୍ଞାନନ୍ଦ ତ୍ରିପାଠୀ ଓ ଆମେରିକାରେ ଅବସ୍ଥାପିତ କନ୍ୟା ପ୍ରଜ୍ଞାଶ୍ରୀ ତ୍ରୀପାଠୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଜଣେ ଧର୍ମପ୍ରାଣା ଓ ପରୋପକାରୀ ମହିଳା ଭାବେ ପରଚିତ ଶ୍ରୀମତୀ ତ୍ରୀପାଠୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।ଆଜି ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ବଡ଼ପୁଅ ବିଭୁପ୍ରସାଦ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।
ରାଜ୍ୟ
ଆଡଭୋକେଟ ବିଭୁ ତ୍ରିପାଠୀଙ୍କ ମାତୃ ବିୟୋଗ
- Hits: 325