ବଲାଙ୍ଗିର/( ନିରୋଜ ମିଶ୍ର ) ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ୨୦୦୮ ମସିହାରୁ ପ୍ରତ୍ୟେକ ବର୍ଷ ଶହ ଶହ ଶ୍ରଦ୍ଧାଳୁଙ୍କୁ ମାଗଣାରେ ବୃନ୍ଦାବନ ଯାତ୍ରା କରାଇ ଭକ୍ତିଭାବ ଜାଗ୍ରତ କରାଇ ଆସୁଛନ୍ତି । ସେହିକ୍ରମରେ ଗତ ୨୩ ତାରିଖ ରୁ ବଲାଙ୍ଗିର ସଦର ବ୍ଲକର ସଦାଇପାଲି, ଲୋଇସିଂହା ବ୍ଲକର କୁଶଙ୍ଗ, ଆଗଲପୁର ବ୍ଲକ ର ଡୁଡୁକା ତଥା ପୁଇଁନ୍ତଲା ବ୍ଲକର ଫଟକରା ଗ୍ରାମର ୧୫୪ ଜଣ ଶ୍ରଦ୍ଧାଳୁ ସମାଜସେବୀ ଡ. ଶ୍ରୀକର ମିଶ୍ର ଙ୍କ ନେତୃତ୍ୱରେ ବୃନ୍ଦାବନ ଯାତ୍ରା କରିଥିଲେ । ଚଳିତବର୍ଷ ଗୋପ, ମଥୁରା, ବୃନ୍ଦାବନ, ନନ୍ଦଗାଁ, ଭର୍ସନା, ରମଣରେତି, ବ୍ରହ୍ମାଣ୍ଡଘାଟ ଆଦି ତୀର୍ଥସ୍ଥଳୀ ଦର୍ଶନ କରାଇ ଆଜି ବଲାଙ୍ଗିର ଫେରିଥିଲେ । ସଦାଇପାଲି ତଥା କୁଶଙ୍ଗ ଗ୍ରାମବାସୀଙ୍କ ତରଫରୁ ରମେଶ ଚନ୍ଦ୍ର ନାଏକ, ବିରନ୍ଚି ସାଏ,ସତ୍ୟବାଦୀ ନାଏକ, ବୃନ୍ଦାବନ ପଟେଲ ଓ ଆନନ୍ଦାବନ ପଟେଲ ଙ୍କ ନେତୃତ୍ୱରେ ଉଭୟ ଗ୍ରାମର ସଂକିତ୍ତନ ଦଳ ସହ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା ଓ ସମସ୍ତ ଯାତ୍ରୀଙ୍କୁ ଗୋଡ ଧୋଇ ଉପଢୌକନ ଦିଆଯାଇଥିଲା । ଡ. ମିଶ୍ର ଉଭୟ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆସନ୍ତା ନଭେମ୍ବର ମାସରେ ଲୋଇସିଂହା ତଥା ବଲାଙ୍ଗିର ବ୍ଲକର ବିଭିନ୍ନ ଗ୍ରାମରୁ ୫୦ ଜଣ ଯାତ୍ରୀ ବୃନ୍ଦାବନ ଯାତ୍ରା କରିବାର ପ୍ରକାଶ କରିଥିଲେ ଏବଂ ଭବିଷ୍ୟତ ରେ ଏପରି ଯାତ୍ରା କରିବାପାଇଁ ଇଚ୍ଛୁକ ଯାତ୍ରୀମାନେ ତାଙ୍କର ଆଧାର କାର୍ଡ ସହ ସଦାଇପାଲି ସ୍ଥିତ ରାମଜୀ ଯୁବକ ସଂଘ ଅଫିସ୍ ରେ ଆବେଦନ କରିବା ପାଇଁ ଅନୁରୋଧ କରିଥିଲେ ।