ହେଡଲାଇନସ୍:

ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରସ୍ପର ଦୋଷାରୋପ ଛାଡି ସମସ୍ୟା ସମାଧାନ ପାଇଁ ଦେଲେ ପ୍ରସ୍ତାବ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଆପରାଜିତା ଷଢଙ୍ଗି ସହରର ଅଳିଆ ଆବର୍ଜନା ସମସ୍ୟା ସମ୍ପର୍କରେ ମେୟର ଭୁବନେଶ୍ୱର ଶ୍ରୀମତୀ ସୁଲୋଚାନା ଦାସଙ୍କୁ ଚିଠି ଲେଖିଛନ୍ତି | ପରସ୍ପର ଉପରେ ଦୋଷ ଲଦିବା ଛାଡି ମନ୍ଦିର ସହରର ପ୍ରମୁଖ ନାଗରିକ ସମସ୍ୟାର ସମାଧାନ ପାଇଁ ବିଏମସି ସହ ହାତ ମିଳାଇ କାମ କରିବା ପାଇଁ ଶ୍ରୀମତୀ ଷଢଙ୍ଗି ତାଙ୍କ ଚିଠିରେ ପ୍ରସ୍ତାବ ଦେଇଛନ୍ତି |
ଅପରାଜିତା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ “ପ୍ରାୟ ପନ୍ଦର ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଭୁବନେଶ୍ୱରର ପରିମଳ ସ୍ଥିତିରେ ସୁଧାର ଆସୁନାହିଁ। ସହରର ସବୁଆଡେ ଅଳିଆ ଗଦା ଅଛି | ବିଭିନ୍ନ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଦୟାକରି କୁହନ୍ତୁ, ଏ ସମସ୍ୟାର ସମାଧାନ କ୍ଷେତ୍ରରେ ମୁଁ କିପରି ସାହାଯ୍ୟ କରିପାରିବି | ”

Image

 ସାଂସଦ ଶ୍ରୀମତୀ ଷଢଙ୍ଗି ମେୟରଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି "ଏହି ସମୟରେ ଆମେ ବ୍ଲେମ ଗେମରେ ବ୍ୟସ୍ତ ଏ ରହି ପରସ୍ପରର ମିଳିତ ଉଦ୍ୟମକୁ କରିବା ଉଚିତ୍ । । ୩-୪ ଦିନ ଭିତରେ ଭୁବନେଶ୍ୱର ସହରର ଡମ୍ଫିୟାର୍ଡ ସମସ୍ୟାର ସମାଧାନ ହୋଇଯିବ ବୋଲି ମୁ ଆଶାକରୁଛି । ନଚେତ୍ ଆସନ୍ତା ୨ ତାରିଖରେ ବିଏମସି ଅଫିସରେ ପହଞ୍ଚି ମେୟରଙ୍କୁ ଭେଟି ଆଲୋଚନା କରି ସମାଧାନର ୨ କାଢ଼ିବାରେ ସହାୟକ ହେବି" ବୋଲି ସାଂସଦ ଅପରାଜିତା ଚିଠିରେ ଉଲ୍ଲେଖ କରିଛନ୍ତି |

0
0
0
s2sdefault