ହେଡଲାଇନସ୍:

ନାରାୟଣପୁର ଠାରେ ଆର-ଆଇ ଅଫିସ୍ କରିବା ଦାବୀରେ ବିଶାଳ ରାଲି -

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ନାରାୟଣପୁର ଠାରେ ଆର-ଆଇ ଅଫିସ୍ କରିବା ଦାବୀ ନେଇ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି।
ରାୟଗଡ଼ ବ୍ଲକର ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନାରାୟଣପୁର ଠାରେ ଆର-ଆଇ ଅଫିସ୍ କରିବା ଦାବୀରେ ଲାଞ୍ଜିପଦର ଛକ ଠାରୁ ଦୁଇ ପଞ୍ଚାୟତର ପ୍ରାୟ ୧୦୦୦ରୁ ଉର୍ଦ୍ଧ ଅଞ୍ଚଳବାସୀ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବାହାରି ନାରାୟଣପୁର ଠାରେ ଆର-ଆଇ କାର୍ଯ୍ୟାଳୟ କରିବା ଦାବୀ ନେଇ ବିଭିନ୍ନ ସ୍ଲୋଗାନ ଦେଇ ରାୟଗଡ ତହସିଲଦାର ଅଫିସରେ ପହଞ୍ଚି ଥିଲେ।
ତହସିଲ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଥିବା ଗଜପତି ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବୀପତ୍ର ଗ୍ରହଣ ସମୟରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ କି , ଉକ୍ତ ଦୁଇ ପଞ୍ଚାୟତ ରାୟଗଡ଼ ଆର-ଆଇ ସର୍କଲ ଅଧିନରେ ରହିଥିଲା , ଏହାକୁ ବର୍ତ୍ତମାନ ଗଣ୍ଡାହାତି ଆର୍ ଆଇ ଅଧିନକୁ ସ୍ଥାନାନ୍ତର କରାଯାଇଛି। ଗଣ୍ଡାହାତି ଆର-ଆଇ ଅଧିନରେ ଉକ୍ତ ଦୁଇ ପଞ୍ଚାୟତ ରହିଲେ ସେଠାରେ ନେଟ ୱର୍କ ଓ ବିଭିନ୍ନ ଅସୁବିଧା ସହ ଗମନାଗମନର ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ହେଉଛି।
ତେଣୁ ଉକ୍ତ ଦୁଇ ପଞ୍ଚାୟତର ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ନାରାୟଣପୁର ଠାରେ ଆର-ଆଇ ଅଫିସ ସ୍ଥାପନ ହେଲେ ସଂପୃକ୍ତ ଦୁଇ ପାଞ୍ଚାୟତବାସୀଙ୍କୁ ବିଶେଷ ସୁବିଧା ହେବା ସହ ବହୁ କ୍ଷେତ୍ରରେ ଉପକୃତ ହେବେ।
ତେଣୁକରି ଗଣ୍ଡାହାତି ପରିବର୍ତ୍ତେ ନାରାୟଣପୁର ଠାରେ ଆରଆଇ ଅଫିସ କରିବା ଦାବୀ ନେଇ ଉଭୟ ଏସ୍.କରଡ଼ାସିଂଙ୍ଗି ଓ ନାରାୟଣପୁର ପଞ୍ଚାୟତ ବାସୀଙ୍କ ପକ୍ଷରୁ ଏହି ବିରାଟ ରାଲି ହୋଇଥିଲା।
ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏ ନେଇ ଦାବୀପତ୍ର ଗ୍ରହଣ କରିବା ପରେ , ସଙ୍ଗେ ସଙ୍ଗେ ନାରାୟଣପୁର ସ୍ଥିତ ରେଭିନ୍ୟୁ ବଙ୍ଗଳା ଠାରେ ସପ୍ତାହକୁ ତିନି ଦିନ ଯଥା:- ସୋମ , ମଙ୍ଗଳ ଓ ବୁଧବାର ଦିନ ମାନଙ୍କରେ ଆରଆଇ ଅଫିସ କାର୍ଯ୍ୟ କରିବ ଏବଂ ଅନ୍ୟ ତିନିଦିନ ଗଣ୍ଡାହାତି ଠାରେ ଆର-ଆଇ ଅଫିସ୍ କାର୍ଯ୍ୟ କରିବ।
ସଂପୃକ୍ତ ଆର-ଆଇ ଓ ଅନ୍ୟ କର୍ମଚାରୀ ମାନେ ଉପର ନିର୍ଦ୍ଧାରିତ ଦିନ ମାନଙ୍କରେ ନାରାୟଣପୁର ସ୍ଥିତ ରେଭିନ୍ୟୁ ବଙ୍ଗଳାକୁ ଆସି ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଞ୍ଚଳବାସୀଙ୍କ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏ ସମ୍ପର୍କିତ ଏକ ଆଦେଶନାମା ଚିଠି ଗଣ୍ଡାହାତି ଆର-ଆଇଙ୍କୁ ଦିଆଯାଇଛି।
ଏହି ନିର୍ଦ୍ଦେଶ ଦେବା ପରେ ଉଭୟ ନାରାୟଣପୁର ଓ ଏସ୍ .କରଡ଼ାସିଂଙ୍ଗି ବାସୀ ବିଶେଷ ଆନନ୍ଦ ହେବା ସହ ଗଜପତି ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।
ଉକ୍ତ ରାଲିରେ ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେେତ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ ବିଷୋୟୀ , ଶ୍ରୀ ବୁଢ଼ା ମହାନ୍ତି , ଶ୍ରୀ ଜଗନ୍ନାଥ ଖାଡେଙ୍ଗାଲୁ , ଶ୍ରୀ ବାଲୁ ପଟ୍ଟନାୟକ , ଶ୍ରୀ ଶ୍ୟାମ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault