ହେଡଲାଇନସ୍:

ଗଞ୍ଜାମ ଜିଲ୍ଲାରେ ଆଗାମୀ ଜନଗଣନା–୨୦୨୭ର ପ୍ରଥମ ପର୍ଯ୍ୟାୟ ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆଗାମୀ ଜନଗଣନା–୨୦୨୭ର ପ୍ରଥମ ପର୍ଯ୍ୟାୟ ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ୟକ୍ରମ ଆଜି ଛତ୍ରପୁର ଜିଲ୍ଲା ପରିଷଦ ସ୍ଥିତ ରୁଷିକୁଳ୍ୟା ସମ୍ମିଳନୀ ଭବନରେ ଆୟୋଜିତ ହୋଇଥିଲା। ୨୩ ଫେବୃଆରୀ ୨୦୨୬ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଦିନଭରିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାଗ ନେଇଥିଲେ।
କାର୍ୟକ୍ରମରେ ଏଡିଏମ୍-କମ୍-ଡିଷ୍ଟ୍ରିକ୍ଟ ସେନସସ୍ ଅଫିସରଙ୍କ ନେତୃତ୍ୱରେ ଏସିଷ୍ଟାଣ୍ଟ ଡିରେକ୍ଟର/ଜିଲ୍ଲା ନୋଡାଲ୍ ଅଫିସର ଶ୍ରୀ ସୁଜିତ କୁମାର ପ୍ରଧାନ ଓ ଜିଲ୍ଲା ଇନ୍ଚାର୍ଜ ଶ୍ରୀ ସନ୍ତୋଷ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହାସହ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯୋଗଦେଇ ପ୍ରଶିକ୍ଷଣକୁ ଦୃଢ଼ତା ଓ ଗମ୍ଭୀରତା ପ୍ରଦାନ କରିଥିଲେ।
ତହସିଲଦାର-କମ୍-ଚାର୍ଜ ଅଫିସରମାନେ, ୟୁଏଲବି/ଏନଏସିର ଏକ୍ସିକ୍ୟୁଟିଭ୍ ଅଫିସରମାନେ, ଡିଲିଂ ଆସିଷ୍ଟାଣ୍ଟ ଓ ଟେକ୍ନିକାଲ୍ ଆସିଷ୍ଟାଣ୍ଟମାନେ ମଧ୍ୟ ସଚେତନ ଭାବେ ଭାଗ ନେଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ତହସିଲ ଓ ସହର ନିକାୟରୁ ପ୍ରାୟ ୨୩୭ ଜଣ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରଉପସ୍ଥିତ ଥିଲେ।ପ୍ରଶିକ୍ଷଣ ସମୟରେ ଘର ଗଣନା ପ୍ରକ୍ରିୟା,ତଥ୍ୟ ସଂଗ୍ରହ ପଦ୍ଧତି, ଡିଜିଟାଲ୍ ଏପ୍ଲିକେଶନର ବ୍ୟବହାର ଓ ସଠିକ୍ ତଥ୍ୟ ରେକର୍ଡିଂ ସମ୍ପର୍କରେ ଆଲୋଚନା ହୋଇଛି |

0
0
0
s2sdefault