ହେଡଲାଇନସ୍:

ଘୁଟୁରୁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୨୩/୨- କେନ୍ଦୁଝର ସହର ଉପକଣ୍ଠ ଘୁଟୁରୁ ଗ୍ରାମ(ଜେନା ସାହି)ର ଶତାଧିକ ଗ୍ରାମବାସୀ ସାହି ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଅଭିଯୋଗ ଜଣାଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଗ୍ରାମରେ ଥିବା ବିଭିନ୍ନ ସରକାରୀ ଗୋଚର, ଗୋଦାଣ୍ଡି, ଶ୍ମଶାନ ଜମିକୁ କିଛି ବ୍ୟକ୍ତି ବିଶେଷ ଦଖଲ କରି ରଖିଛନ୍ତି। ତାହାକୁ ଯଥlଶୀଘ୍ର ସରକାର ହାତକୁ ନିଅନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି। ପୁଣି ଘୁଟୁରୁ ଜେନା ସାହିରେ ଥିବା ଶ୍ମଶlନକୁ ରାସ୍ତା, ଲାଇଟ ଓ ଆଶ୍ରୟସ୍ଥଳ ନ ଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ବିଭିନ୍ନ ଜାଗାରେ ଅନେକ ସରକାରୀ କାର୍ଯ୍ୟାଦେଶର ବିଭିନ୍ନ ଫଳକ ମାନ ଲଗାଯାଉଛି,କିନ୍ତୁ ସେ କାର୍ଯ୍ୟ କିଏ କରୁଛି, କେଉଁଠି ହେଉଛି ବିଡମ୍ବନାର ବିଷୟ ଗ୍ରାମବାସୀ ଜାଣିପାରୁନାହାନ୍ତି, ଯାହାକି ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚୀ ହୋଇରହିଯାଉଛି ବୋଲି ଗୁରୁତର ଅଭିଯୋଗ ହୋଇଛି। ଗ୍ରାମରେ ଥିବା ଏକ ମାତ୍ର ଛିଡ଼ିକା ପୋଖରୀ ଯାହା ଉପରେ ଗ୍ରାମବାସୀ ନିର୍ଭର କରି ଚଳିଆସୁଛନ୍ତି କିନ୍ତୁ ଦୁଃଖ ଓ ଅନୁତାପର ବିଷୟ ତାହାର ଉପଯୁକ୍ତ ରକ୍ଷଣ ବେକ୍ଷଣ ହୋଇପାରୁନାହିଁ, ଯାହାବି ହେଉଛି ତାହା ଠିକ ଭାବର ହେଉନାହିଁ, ଜଣାଯାଉଛି ଫଳକରେ ବିଭାଗୀୟ ଉଲ୍ଲେଖ ଥିଲେ ମଧ୍ୟ ତାହା ଠିକାଦାରଙ୍କ ଦ୍ୱାରା କାମ କରାଯାଉଛି। ଏହି ବିଷୟ ନେଇ ଗ୍ରାମବାସୀ ବିଡ଼ିଓଙ୍କୁ ବାରମ୍ବାର କହିବା ସତ୍ତ୍ୱେ କିଛି କାର୍ଯ୍ୟକାରୀ ହେଉନାହିଁ, ଏଥିରୁ ଜଣା ଯାଏ ଯେ ବିଡିଓ,ଜେଇ ଓ ଠିକାଦାର ମଧୁଚନ୍ଦ୍ରିକା ଭଳି କାମକରୁଛନ୍ତି, ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଗଲେ, ବହୁ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।

0
0
0
s2sdefault