ହେଡଲାଇନସ୍:

ଓଡ଼ିଶା ସରକାରଙ୍କ ସଫଳ କାର୍ଯ୍ୟକ୍ରମକୁ ସ୍ୱୀକୃତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇକୋନୋମିକ ଟାଇମ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟ ସରକାରଙ୍କ ଦୃଷ୍ଟାନ୍ତକାରୀ କାର୍ଯ୍ୟକ୍ରମ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଏକ ସମ୍ମାନ ମିଳିଛି । ନୂଆଦିଲ୍ଲୀଠାରେ ଇକୋନୋମିକ ଟାଇମ୍ସ ପକ୍ଷରୁ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଟ୍ରଫି ଓ ପୁରସ୍କାର ଗ୍ରହଣ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ନାୟକ ଆୟୋଜକଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ଭାଷଣରେ କହିଥିଲେ, ନବେ ଦଶକରେ ଓଡ଼ିଶା ଦାରିଦ୍ର‌୍ୟ ଏବଂ ଭୋକିଲା ପାଇଁ ଖବରର ଶୀର୍ଷ ମଣ୍ଡନ କରୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି କାର୍ଯ୍ୟକ୍ରମ ଓଡ଼ିଶାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜ୍ୟରେ ଖାଦ୍ୟ ଅଭାବରୁ କେହି ମୃତ୍ୟୁବରଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଆଜି ସାକାର ହୋଇଛି ।
୨୦୧୧ ଜନଗଣନା ଆଧାରରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନପ୍ରଚଳନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଉ ପାଦେ ଆଗକୁ ଯାଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ସେଥିରେ ଯୋଡିଛି । ଫଳରେ ଅଧିକ ଲୋକ ଉପକୃତ ହେଉଛନ୍ତି । ଖାଦ୍ୟ ଉତ୍ପାଦନ ଏବଂ ବଣ୍ଟନରେ ଓଡ଼ିଶା ବହୁତ ଆଗକୁ ଯାଇଛି । ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶା ଦେଶରେଏକ ନମ୍ବର ରାଜ୍ୟର ମାନ୍ୟତା ପାଇଥିବା ବେଳେ ଇଟାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଖାଦ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ୫-ଟି ପ୍ରଚଳନ ଯୋଗୁଁ ଖାଦ୍ୟ ସୁରକ୍ଷା ଆହୁରି ଦୃଢ଼ୀଭୂତ ହୋଇଛି ବୋଲି ଶ୍ରୀ ନାୟକ କହିଥିଲେ ।
ସୂଚନାଥାଉକି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଗତ ମାସରେ କେନ୍ଦ୍ର ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପିୟୂଷ ଗୋଏଲ୍ ଏହି ଘୋଷଣା କରିଥିଲେ ।
ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଇଟାଲୀ ଗସ୍ତ ବେଳେ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ବିଶ୍ୱ ଖାଦ୍ୟ ସଂଗଠନ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

0
0
0
s2sdefault