ଚବିଶ ଘଣ୍ଟା ଭିତରେ ଧରା ହେଲା ଚୋର : ଉଦ୍ଧାର ହେଲା ଚୋରି ହୋଇଥିବା ସୁନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନାରେ ଗତ କାଲି ଲୁହୁରାଚଟି ଗ୍ରାମର ମୋହନ ରାଉତିଆ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ସେମାନେ ଦିନ ସାଢେ ଏଗାର ଟା ସମୟରୁ ଦେଢ଼ ଟା ଭିତରେ ଘରେ କେହି ନଥିବା ସମୟରେ ତାଙ୍କ ଘର ଭିତରେ ଥିବା ଆଲମାରୀ ରୁ ପ୍ରାୟ ଦଶ ଭରି ସୁନା ଅଳଙ୍କାର ଚୋରି ହୋଇ ଯାଇଛି । ଏହି ଖବର ପାଇବା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କର ନିର୍ଦେଶ ପରେ ଥାନା ଅଧିକାରୀ ଶ୍ରୀ ହରିବନ୍ଧୁ ଗଡ଼ତିଆ ତୁରନ୍ତ ନିଜର ସହକର୍ମୀ ମାନଙ୍କୁ ନେଇ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ଚୋରି ଘଟଣା ଘଟିବାର ମାତ୍ର ଚବିଶ ଘଣ୍ଟା ଭିତରେ ସୋହେଲା ପୋଲିସ , ସୁଜିତ ମେହେର (ପି:-ଶିଖଚନ୍ଦ୍ର ମେହେର)ଓ ଉମେଶ ଚନ୍ଦ୍ର ମେହେର( ପି:- ଗୁଣନିଧି ମେହେର) କୁ ଉକ୍ତ ଚୋରି ଘଟଣାରେ ଗିରଫ କରିବା ସହିତ ଅଭିଯୁକ୍ତ ମାନଙ୍କର ନିକଟରୁ ଚୋରି ହୋଇଥିବା ସତୁରି ଗ୍ରାମ ଓଜନର ତିନି ଗୋଟି ସୁନା ଚେନ,ଦଶ ଗ୍ରାମ ଓଜନର ଦୁଇ ଗୋଟି ସୁନାର ମଙ୍ଗଳସୁତ୍ର , ଦଶ ଗ୍ରାମ ଓଜନର ଦୁଇଟି କାନଫୁଲ ସହିତ ଅନ୍ୟାନ୍ୟ ଗହଣା ସହିତ ଏକ ଏମଆଇ ମୋବାଇଲ ଫୋନ ଜବତ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ ଜଣାଇଛନ୍ତି । ଚବିଶ ଘଣ୍ଟା ଭିତରେ ଚୋରି ଜିନିଷ ସହିତ ଚୋର କୁ ଧରିବାରେ ସଫଳ ହୋଇଥିବା ସମସ୍ତ ପୋଲିସ କର୍ମଚାରୀ ମାନେ ନିଶ୍ଚିତ ଭାବରେ ପ୍ରଶଂସାର ପାତ୍ର ।

0
0
0
s2sdefault