ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ମହାନଦୀର ଉପରମୁଣ୍ଡ ଓ ତଳିଆ ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରୁ ଜଳପତନ ବୃଦ୍ଧି ପାଉଛି l ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ୧୦ ଲକ୍ଷରୁ ଉର୍ଦ୍ଧ କ୍ୟୁସେକ ଜଳ ଆଜି ମୁଣ୍ଡଳୀ ଦେଇ ପ୍ରବାଭିତ ହେଇଛି l ଆଜି ରାତିରୁ ଆସନ୍ତାକାଲି ପର୍ଯ୍ୟନ୍ତ ଏମ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ ପ୍ରକାଶ କରି ସମସ୍ତ କ୍ଷେତ୍ରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ଜଳସମ୍ପଦ ବିଭାଗୀୟ ଯନ୍ତ୍ରୀ ସତର୍କ ସାବଧାନ ରହିବାକୁ ନିର୍ଦେଶ ଦେଇଛନ୍ତି l ତଳିଆ ଓ କଚ୍ଛାଘରେ ବାସକରୁଥିବା ପରିବାର ଓ ଗୋରୁଗାଇଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ସ୍ତରକୁ ସ୍ଥାନାନ୍ତରିତ କରିବାକୁ ନିର୍ଦେଶ ଦେଇଥିଲେ l କୋଭିଡ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରିବେ l ଶୌଚାଳୟଗୁଡିକୁ ସଫାସୁତରା ରଖିବେ l ଗାଈ ଗୋରୁଙ୍କ ପାଇଁ ଯଥେଷ୍ଟ ପରିମାଣର ଗୋଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି l ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀମାନେ ଭରଚୁଆଲ ମାଧ୍ୟମରେ ସରକାରୀ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ନେଇ ବୈଠକକରି ନଦୀବନ୍ଧ ସମ୍ବେଦନଶୀଳ ଅଂଚଳରେ ସତର୍କ ଦୃଷ୍ଟିରଖିବେ l ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟମାନଙ୍କ ସହିତ ଆଲୋଚନା କରିବେ l ଏହି ବୈଠକରେ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟି ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ଯୋଗଦେବେ l ବୃଦ୍ଧି, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଅଗ୍ରାଧିକାରୀ ଭିର୍ତ୍ତିରେ ସ୍ଥାନାନ୍ତରିତ କରିବେ l ଯଦି ବନ୍ୟା ହୁଏ ସପ୍ତାହରୁ ଉର୍ଦ୍ଧ ସମୟ ଆଦି ପାଣି ମାଡି ରହିବ l ଜିଲ୍ଲାକୁ ଆଉ ଗୋଟିଏ NDRF ଟିମ ଓ ଅଧିକ ଦୁଇଟି ଅଗ୍ନିଶମ ଜଳ ପହଂଚିଛି l NDRF ଜଗତସିଂହପୁର ରେଡ଼କ୍ଵାଟର ଓ ଅଗ୍ନିଶମ ଜଳ ତିର୍ତ୍ତୋଲ ଓ ନାଉଙ୍ଗା ବ୍ଲକରେ ମୁତୟନ ରହିବେ l ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ସହିତ PEO, GRS, ଆଶା, ଅଙ୍ଗଡ଼ବାଡି କର୍ମୀ ଏବଂ PRI ମେମ୍ବରଙ୍କ ସହାୟତାରେ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତରଣ କରିବେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ବୀପ ଶ୍ରୀ କାହ୍ନୁଚରଣ ଧୀର, ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଶ୍ରୀ ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧମେନ୍ଦ୍ର ମଲ୍ଲିକ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀ, ତହସିଲଦାରମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

0
0
0
s2sdefault