ହେଡଲାଇନସ୍:

କାଶୀପୁର ଡାକ୍ତରଖାନା ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ଡାକ୍ତରଖାନା ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭିନ୍ନଧରଣରେ 76ତମ ସ୍ୱାଧୀନତା ଦିବସ କାଶୀପୁର ବାସି ପାଳିଲେ |ସ୍ୱାଧୀନତା ପୂର୍ବରୁ 1922ମସିହାରେ ପ୍ରଥମକରି ସ୍ଥାପିତ ହୋଇଥିଲା କାଶୀପୁର ରେ ଡାକ୍ତରଖାନା ଯାହା ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ବର୍ତମାନ 2022ମସିହାରେ ଶହେ ବର୍ଷ ପୂରଣ ହୋଇଛି ଏହି ପରିପେକ୍ଷୀରେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ମାନଙ୍କ ପ୍ରଚେଷ୍ଟା କାଶୀପୁର ବ୍ଲକରେ ଥିବା ବିଭିନ୍ନ ଅନୁଷ୍ଠାନ କୁ ଏକ ବିଶାଳ ରକ୍ତଦାନ ଶିବିର କରିବା ନେଇ କିଛିଦିନ ତଳେ ଏକ ଆଲୋଚନା ହୋଇଥିଲା, ଉକ୍ତ ଆଲୋଚନାରେ ଅଂଚଳବାସୀ ନିଷ୍ପତି ନେଲେ ଜେ ପ୍ରତିବର୍ଷ ଅଗଷ୍ଟ 15 ଓ ଜାନୁଆରୀ 26ତାରିଖ ଦିନ ସ୍ବେଛାକୃତ ଭାବରେ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିବାପାଇଁ |ଆଜି କାଶୀପୁର ଡାକ୍ତରଖାନା ର ସମ୍ମିଳନୀ କକ୍ଷରେ ରକ୍ତଦାନ ଶିବିର କୁ ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ମକରନ୍ଦ ମୁଦୁଲି ଦୀପପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ |କାଶୀପୁର ଡ୍ରାଇଭର ମହାସଂଘ ର ଅଧିକାଂଶ ସଦସ୍ୟ ରକ୍ତଦାନ କରିଥିବା ବେଳେ ସ୍ଥାନୀୟ ଯୁବକ ମାନେ ମଧ୍ୟ ଉତ୍ସାହ ର ସହ ରକ୍ତଦାନ କରିଥିଲେ |ଉତ୍କଳ ଆଲୁମିନା ର CSR ମୁଖ୍ୟ ଡ଼ଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ ଙ୍କ ସହିତ ତିନିଜଣ ଯୁବତୀ ମାନେ ମଧ୍ୟ ସ୍ବେଛାକୃତ ରକ୍ତଦାନ କରିଥିଲେ |ଆଜି ସର୍ବମୋଟ 161ଟି ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ରାୟଗଡା ରେଡ କ୍ରସ ର କର୍ମଚାରୀ ଙ୍କ ସହିତ କାଶୀପୁର ସ୍ୱାସ୍ଥ୍ୟକେନ୍ଦ୍ର ର କର୍ମଚାରୀ ମାନେ ସୂଚାରୁ ରୂପରେ କାର୍ଯ୍ୟ ତୁଲେଇଥିଲେ |କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ଵର ମାଝୀ, କାଶୀପୁର ପଞ୍ଚାୟତ ସମିତି ଉପ ଅଧ୍ୟକ୍ଷା କୁନି ନାଏକ, କାଶୀପୁର ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ଓଡିଶା ଡ୍ରାଇଭର ସଙ୍ଘ ସଭାପତି ଯୋଗୀ ଜୀବନ ନାଏକ ଙ୍କ ସହିତ କାଶୀପୁର ଡାକ୍ତରଖାନା ର ଡାକ୍ତର ଡ଼ଃ.ରାଭନା ରାଓ, ଡ଼ଃ.ନେତ୍ରାନନ୍ଦ ନାଏକ ଙ୍କ ସହିତ ଅଞ୍ଚଳ ବାସି ସହଯୋଗ କରିଥିଲେ |

0
0
0
s2sdefault