ବଲାଙ୍ଗୀର(ନିରୋଜ ମିଶ୍ର) : ଆଜି ଅଗଷ୍ଟ ମାସ ୧୫ ତାରିଖ ଗଣତନ୍ତ୍ର ପର୍ବ ପାଳନ ର ଦିବସ । ଏହି ଅବସରରେ ଆମ ପୁଣ୍ୟ ଭୂମି କର୍ମ ଭୂମି ଧର୍ମ ଭୂମି ଭାରତବର୍ଷ ର ସ୍ବାଧୀନତା ଦିବସ ପାଳନ ସଂଘ ପରିବାର ପକ୍ଷରୁ ବଲାଙ୍ଗୀର ନଗରସ୍ଥ ସଂଘ କାର୍ଯ୍ୟାଳୟ ସହ ସ୍ଥାନୀୟ ଜୋଗର୍ସ ପାର୍କ ଠାରେ କରାଯାଇଛି ।।
ଗୋପାଳଜୀ ମନ୍ଦିର ନିକଟସ୍ଥ ସଂଘ କାର୍ଯ୍ୟାଳୟରେ ପ୍ରାତଃ ୭ ଘଟିକା ସମୟରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ଶ୍ରୀ ସୁରେନ୍ଦ୍ର ସେଠ ,ଶ୍ରୀ ଦୟାନିଧି କରଣ ,ଶ୍ରୀ ସୌମ୍ୟରଞ୍ଜନ ମିଶ୍ର, ଶ୍ରୀ ଯତୀନ୍ଦ୍ର ମୋହନ ପାଠୀ, ଶ୍ରୀ କଲିଷ୍ଟ ପଧାନ, ଶ୍ରୀ ପ୍ରଦ୍ୟୁମ୍ନ ଗଡତ୍ୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଜୋଗର୍ସ ପାର୍କ ରେ ପାଳିତ ଅନ୍ୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ନଗରସ୍ଥ ସିଆରପିଏଫ ୧୮୯ ବାଟାଲିୟନ ର ମୁଖ୍ୟ କମାଣ୍ଡାଣ୍ଟ ଅଫିସର ଶ୍ରୀ ପବନ କୁମାର ତିଓ୍ବାରୀ ଜୀ ସସ୍ତ୍ରୀକ ଯୋଗ ଦେଇ ଏହି ମହାନ ଦେଶ ଭାରତ ର ଗର୍ବ ଗୌରବ ର ପ୍ରତୀକ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ର ନିୟମ , ମହତ୍ତ୍ଵ ତଥା ଦେଶ ର ପ୍ରଗତି ପ୍ରତି ଆମ ସମସ୍ତଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଦିଗଦର୍ଶନ ପ୍ରଦାନ କରିଥିଲେ ।। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦେଶାତ୍ମବୋଧକ ସଙ୍ଗୀତ ର ତାଳେତାଳେ ନୃତ୍ୟ ପରିବେଷଣ ମୁଖ୍ୟ ଆକର୍ଷଣ ଥିଲା । କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ଶ୍ରୀସୁରେନ୍ଦ୍ର ସେଠ, ଶ୍ରୀ ପ୍ରକାଶ ତରିଆ ,ଶ୍ରୀଦୟାନିଧି କରଣ ,ଶ୍ରୀ ସୌମ୍ୟରଞ୍ଜନ ମିଶ୍ର ଉପସ୍ଥିତ ଥିବା ବେଳେ ବିଶ୍ଵ ହିନ୍ଦୁ ପରିଷଦ , ବଜରଙ୍ଗଦଳ, ଦୁର୍ଗାବାହିନୀ ମାତୃଶକ୍ତି ପକ୍ଷରୁ ଶ୍ରୀ ପବିତ୍ର ମୋହନ ଦାଶ, ଶ୍ରୀ ପ୍ରଦୀପ ସାହୁ , ଶ୍ରୀ ଅନ୍ତର୍ଯ୍ୟାମୀ କରଣ, ଶ୍ରୀ କାହ୍ନା ଶତପଥୀ, ଶ୍ରୀ ସୌମ୍ୟରଞ୍ଜନ ମିଶ୍ର, ଶ୍ରୀ ରକି ପାଣିଗ୍ରାହୀ, ଶ୍ରୀ ବିକ୍ରମ ଶତପଥୀ ଅଂଶଗ୍ରହଣ କରିଥିବା ବେଳେ ମାତୃଶକ୍ତି ଶ୍ରୀମତୀ ଶ୍ରୀପଦା ଷଡ଼ଙ୍ଗୀ , ଶ୍ରାବଣୀ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷ ରେ ସମସ୍ତ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।।
ରାଜ୍ୟ
ସଂଘ ପରିବାର ପକ୍ଷରୁ ସ୍ବାଧୀନତା ଦିବସ ପାଳନ
- Hits: 289