ହେଡଲାଇନସ୍:

ବିଜୁ ଯୁବବାହିନୀ ପକ୍ଷରୁ ବୃକ୍ଷରୋଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବୌଦ୍ଧ (ସିମୁନ୍ ନାଏକ) ; ବନବିଭାଗ ପକ୍ଷରୁ ଗ୍ରୀନ ମହାନଦୀ ମିଶନ କାର୍ଯ୍ୟକ୍ରମ ରାମଗଡରୁ ଆରମ୍ଭ ହୋଇଥରବାରୁ ଉକ୍ତ ଅଂଚଳରେ ବୃକ୍ଷରୋପଣ ଉପରେ ବିଶେଷ ପ୍ରଭାବ ପକାଇଥିବା ଜଣାଯାଇଛି । ୭୨ ତମ ସ୍ୱାଧିନତା ଦିବସରେ ରାମଗଡବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଂଚ ନରେଶ ସେଠୀ, ସମିତି ସଭ୍ୟ ଶଙ୍କର ତାଣ୍ଡିଆ ଓ ପିଓ ପ୍ରଣିତ ଗୋପାଲ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବ ବାହିନୀର ସଭାପତି ପଂଜନ କୁମାର ପ୍ରଧାନ, ସମ୍ପାଦକ ସ୍ନେହାଶିଷ ପ୍ରଧାନ, କୋଷାଧକ୍ଷ ପ୍ରିୟରଂଜନ ବିଶି ଙ୍କ ସମେତ ବହୁ ୨୦ ଉର୍ଦ୍ଧ ସଦସ୍ୟ ଚାରାରୋପଣରେ ଅଂଶଗ୍ରହଣ କରିଥିଲେ । ଏଥିରେ ବାଉଁଶ, ଶାଗୁଆନ, ବେଲ, କରଂଜ, ଶିଶୁ ଆଦି ୨ ଶହରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିବା ଜଣାପଡିଛି । ପରେ ମହାନଦୀ କୂଳରେ ଅବସ୍ଥାପିତ କେଦାରେଶ୍ୱର ଶିବମନ୍ଦିରରେ ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା  କରାଯାଇଥିଲା । 

 

 

0
0
0
s2sdefault