ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଜଗତସିଂହପୁର ଜିଲ୍ଲା ସଦର ମହକୁମାସ୍ଥିତ ନବକୃଷ୍ଣଚୌଧୁରୀ ଷ୍ଟାଡିଅମଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ପାଳିତ ହୋଇଯାଇଅଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାବକ ଗ୍ରହଣ କରିଥିଲେ l ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦିକା ବା ଅମୃତ ମହୋତ୍ସବ ଅବସରରେ ଜଗତସିଂହପୁର ଭାଇ ଓ ଭଉଣୀଙ୍କୁ ୭୫ତମ ପବିତ୍ର ସ୍ୱାଧୀନତା ଦିବସର ଅଭିନନ୍ଦନ l ଯେଉଁମାନଙ୍କର ନିସ୍ଵାର୍ଥପର ତ୍ୟାଗ, ସେବା, ବଳିଦାନ ଓ ଆଦର୍ଶରେ ଆମେ ସ୍ୱାଧୀନ ହେଲେ ସେହି ମହାନ ଦେଶ ଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉର୍ଦ୍ଧେଶ୍ୟରେ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି l ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାର ଲାଲ ନେହେରୁ, ଲାଲା ଲଜପତ ରାୟ, ବିପିନ୍ନ ଚନ୍ଦ୍ର ପାଲ୍, ବାଲ୍ ଗଙ୍ଗାଧର ତିଲକ,ସର୍ଦାର ବଲ୍ଳଭ ଭାଇ ପଟେଲ,ନେତାଜୀ ସୁଭାଷ ଚନ୍ଦ୍ର ଭୋଷ ପ୍ରଭୁତି ସଂଗ୍ରାମୀଙ୍କର ସାଧନା ଓ ସିଦ୍ଧିର ପୂର୍ଣ୍ଣମାଟି ଭାରତ ବର୍ଷ l ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ ଦାସ,ମାଳତୀ ଦେବୀ ନବକୃଷ୍ଣ ଚୌଧୁରୀଙ୍କ ଭଳି ମହାପୁରୁଷମାନେ ଇତିହାସ ପୃଷ୍ଠାରେ ଚିରସ୍ମରଣୀୟ ହୋଇ ରହିବେ l ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ଗୋପବନ୍ଧୁ ଚୌଧୁରୀ, ପ୍ରାଣକୃଷ୍ଣ ପଡିଆରୀ ଆଦି ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇ ଯାଇଥିଲେ l ସ୍ୱାଧୀନତା ପରେ ଆମ ପ୍ରଗତି ବହୁ ୨ଗୁଣିତ ହୋଇଛି l ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା l ପରେ ଷ୍ଟାଡିୟମ ପରିସର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ଇଣ୍ଡିଆନ ନାସନାଲ ହାଇମାଷ୍ଟ ଫ୍ଲାଗକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଓ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଉଦଘାଟନ କରିଥିଲେ l ପୂର୍ବାହ୍ନ ୮ ଘଣ୍ଟିକା ୩୦ ମିନିଟ ସମୟରେ ମୁଖ୍ୟ ଅତିଥି ସହରରେଥିବା ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଃଧୁନ ରେକର୍ଡ ଯୋଗେ ସହରରେ ପରିବେଷଣ କରାଯାଇଥିଲା l ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା -ନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧମେନ୍ଦ୍ର ମଲ୍ଲିକ, ଜିଲ୍ଲା ସ୍ତରୀୟ ଅଧିକାରୀ l ସମସ୍ତ କାର୍ଯ୍ୟକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ l
ରାଜ୍ୟ
ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
- Hits: 299