ବରଗଡ :- ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାରବାଡ଼ି ଯୁବା ମଞ୍ଚ ର ପାଇକମାଲ ଶାଖା ତରଫରୁ ଆଜି 76 ତମ ସ୍ଵାଧିନତା ଦିବସ କୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ସମାଜସେବା ରେ ସଦାସର୍ବଦା ସମର୍ପିତ ଯୁବା ମଞ୍ଚ ର ସଭ୍ୟ ମାନେ ଆଜି ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ସନ୍ଧ୍ୟା ସମୟରେ ରକ୍ତଦାନ ଶିବିର ର ଆୟୋଜନ କରିଥିଲେ । ଯୁବା ମଞ୍ଚର ସଭ୍ୟ ଶ୍ରୀ ଆୟୁଷ କୁମାର ଅଗ୍ରୱାଲ ଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ପାଇକମାଲ ଅଂଚଳରେ ପ୍ରଥମ ଥର ପାଇଁ ହୋଇଥିବା ଏହି ରାତ୍ରି କାଳୀନ ରକ୍ତଦାନ ଶିବିର ସଫଳ ହୋଇଥିଲା । ଏହି ଶିବିରକୁ ପାଇକମାଲ ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ଗୌତମ ସିଂ ଉଦ୍ଘାଟନ କରିଥିବା ବେଳେ , ସମ୍ମାନିତ ଅତିଥି ଭାବରେ ଧର୍ମଶାଳା କମିଟିର ସଭାପତି ଶ୍ରୀ ଦିଲୀପ କୁମାର ଅଗ୍ରୱାଲ , ବିଶିଷ୍ଟ ବ୍ୟବସାୟୀ ଶ୍ରୀ ମହେଶ କୁମାର ଅଗ୍ରୱାଲ , ଶ୍ରୀ ସୁରେଶ କୁମାର ଅଗ୍ରୱାଲ ଯୋଗ ଦେଇ ଯୁବ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଯୁବା ମଞ୍ଚର ସଭାପତି ଶ୍ରୀ ଅମାନ ଜିନ୍ଦଲ , ରବି ଅଗ୍ରୱାଲ , ଭୁପେଶ ଅଗ୍ରୱାଲ , ନିଲେଶ ତାୟଲ , ନିଲେଶ ଅଗ୍ରୱାଲ , ଯୋଗେଶ ଅଗ୍ରୱାଲ , ରୋହିତ ଅଗ୍ରୱାଲ , ସଂସ୍କାର ଅଗ୍ରୱାଲ , ଅମନ ଅଗ୍ରୱାଲ , ପ୍ରମୁଖ ଶିବିରକୁ ଓ ସ୍ବାଧିନତା ଦିବସ ଅବସରରେ ଅୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ସର୍ବମୋଟ 32 ୟୁନିଟ ରକ୍ତ ପଦ୍ମପୁର ରକ୍ତ ଭଣ୍ଡାର ଦ୍ୱାରା ସଂଗ୍ରହ କରାଯାଇଥିଲା । ପ୍ରତେକ ରକ୍ତଦାତା ଙ୍କୁ ପଦ୍ମପୁର ରକ୍ତଭଣ୍ଡାର ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିବା ବେଳେ ଆୟୋଜକ ଯୁବା ମଞ୍ଚ ତରଫରୁ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରାଜ୍ୟ
ସ୍ୱାଧୀନତା ଦିବସର ସନ୍ଧ୍ୟାରେ ରକ୍ତଦାନ ଶିବିର ଆୟୋଜନ କଲା ଯୁବା ମଞ୍ଚ
- Hits: 849