ହେଡଲାଇନସ୍:

ପାଇକମାଲ ଓ ଝାରବନ୍ଧ ରେ ସ୍ଵାଧିନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ଼ ଜିଲ୍ଲାର ସମସ୍ତ ସ୍ଥାନରେ 76ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଜିଲ୍ଲା ସ୍ତରୀୟ ମୁଖ୍ୟ ସମାରୋହ ରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ସାମିଲ ହୋଇ ଜାତୀୟ ପତାକା ଉତ୍ତଳନ କରିଥିଲେ । ସେହିଭଳି ପାଇକମାଲ ବ୍ଲକ ସ୍ତରୀୟ ସମାରୋହରେ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବ୍ଲକ ପରିସରରେ ଏବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା , ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଅନୁଷ୍ଠାନ ର ମୁଖ୍ୟ ଡାକ୍ତର କେ ଟି ରାଉତରାୟ , ପାଇକମାଲ ଥାନା ପରିସରରେ ଥାନା ଅଧିକାରୀ ଶ୍ରୀ ବିଶ୍ଵଜିତ ମନବୋଧ , କେରମେଲବହାଲ ସି ଆର ପି ଏଫ କେମ୍ପ ରେ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ ତ୍ରିପାଠୀ , ସେହିଭଳି ଝାରବନ୍ଧ ବ୍ଲକ ଠାରେ ବିଡ଼ିଓ ଶ୍ରୀ ସୁନୀଲ କୁମାର ମେହେର ଓ ବ୍ଲକ କର୍ମଚାରୀ ଙ୍କର ଉପସ୍ଥିତ ରେ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ , ଜଗଦଲପୁର ଥାନା ପରିସରରେ ସି ଆର ପି ଏଫ ଯବାନ ମାନଙ୍କର ଉପସ୍ଥିତ ରେ ଥାନା ଅଧିକାରୀ ଶ୍ରୀମତୀ ସୁଷମା କୁଅଁର ପ୍ରମୁଖ ଜାତୀୟ ପତାକା ଉତ୍ତଳନ କରିଥିଲେ । କ୍ରମାଗତ ଭାବରେ ବର୍ଷା ଲାଗିରହିଥିବା କାରଣରୁ ସମାରୋହ ସ୍ଥଳକୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ବାରଣ କରା ଯାଇଥିବା କାରଣରୁ ଚଳିତ ବର୍ଷ ସମାରୋହ ସ୍ଥଳ ଗୁଡିକ ଫାଙ୍କା ରହିଥିଲା କିନ୍ତୁ ଲୋକଙ୍କ ମନରେ ଅନେକ ଉତ୍ସାହ ରହିଥିଲା ।

0
0
0
s2sdefault