ହେଡଲାଇନସ୍:

ଜଳ ସମ୍ପଦ ମନ୍ତ୍ରୀଙ୍କ ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ରାଜ୍ୟ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅପରାହ୍ନରେ ସ୍ଥାନୀୟ ସେଚସଦନ ସ୍ଥିତ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି l ମହାନଦୀର ଉପର ମୁଣ୍ଡରେ ଛତିଶଗଡ ଅଂଚଳରେ ଅଧିକ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ଫଳରେ ଆଜି ଦିନ 3ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରୁ 34ଟି ଗେଟ୍ ଦେଇ ଅତିରିକ୍ତ ଜଳ ନିଷ୍କାସିତ ହେଉଛି । ଫଳରେ ଆସନ୍ତା କାଲି ସକାଳ 10ଟା ସୁଦ୍ଧା କଟକର ମୁଣ୍ଡଳୀଠାରେ ପ୍ରାୟ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହା ଦ୍ୱାରା ମହାନଦୀର ତଳି ଅଞ୍ଚଳ ବିଶେଷ କରି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୂରୀ ଆଦି ଜିଲ୍ଲାର ତଳିଆ ଅଂଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି l ବୈତରଣୀନଦୀରେଜଳସ୍ତରଅଧିକରହିଛି।ରାଜ୍ୟରେସମ୍ଭାବ୍ୟ ମଧ୍ୟମ ଧରଣର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରମତୀ ସାହୁ ପ୍ରକାଶ କରିଛନ୍ତି l ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଶଦ ସୂଚନା ପ୍ରଦାନକରିଥିଲେ l

ହୀରାକୁଦର ସର୍ବୋ୍ଚ୍ଚ ଜଳଧାରଣ କ୍ଷମତା 622 ମିଟର ହୋଇଥିବା ବେଳେ ଅପରାହ୍ଣ 3ଟା ସୁଦ୍ଧା ଜଳଭଣ୍ଡାର 616.97 ରହିଛି।ପ୍ରତି ସେକେଣ୍ଡ ରେ ମହାନଦୀକୁ 6ଲକ୍ଷ 60 କ୍ୟୁସେକ୍ ଜଳ ପ୍ରବେଶ କରୁଛି ଓ 5.56 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଉଛି । ସରପଂଚମାନଙ୍କ ସହିତ ଯୋଗାଯୋଗ କରାଯାଉଛି । ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଜଳ ସଂପଦ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯାଉଛି । ପୂର୍ବରୁ ସମସ୍ତ ନଦୀବନ୍ଧ ଯାଂଚ କରାଯାଇ ଦୁର୍ବଳ ଥିବା ନଦୀବନ୍ଧ ମରାମତି ସୁଦୃଢ କରାଯାଇଥିଲା ଓ ପୂର୍ବରୁ ସୃଷ୍ଟି ହୋଇଥିବା ଘଳିଆ ମରାମତି କରାଯାଇଥିଲା । ତତ୍ ସହିତ ବିଭିନ୍ନ ସ୍ଥାନରେ ଆବଶ୍ୟକତା ଅନୁସାରେ ବାଉଂଶ, ବାଲି,ବଲ୍ଲା ଆଦି ମହଜୁଦ ରଖାଯାଇଛି । ଅଧିକ ବର୍ଷାଜଳ ହୀରାକୁଦକୁ ପ୍ରବେଶ ନକଲେ ବର୍ତ୍ତମାନ ହୀରାକୁଦରୁ ଅଧିକ ଗେଟ ଖୋଲାଯିବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ପ୍ରକାଶ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ(2), ତଥା ମହାନଦୀ-କାଠଯୋଡି ବେସିନ୍ ମ୍ୟାନେଜର ଇଂ. ଭକ୍ତରଂଜନ ମହାନ୍ତିଙ୍କ ସମେତ ଜଳସଂପଦ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault