ହେଡଲାଇନସ୍:

ଲଗ୍ନ ବାହାରିଲା ନୂଆଖାଇର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବଲାଙ୍ଗୀର(ନିରୋଜ ମିଶ୍ର) ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଏବେ ମୁଣ୍ଡ ଉପରେ  |  ବଲାଙ୍ଗିର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ବାହାରିଛି। ନିଜ ଅଞ୍ଚଳର ଇଷ୍ଟଦେବୀଙ୍କ ରାଶି ଓ ନକ୍ଷତ୍ରକୁ ଗଣନା କରି ନବାନ୍ନ ଭକ୍ଷଣ ପାଇଁ ଶୁଭଲଗ୍ନ ବାହାର କରିଥାନ୍ତି ପଣ୍ଡିତ । ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ, ସମଲେଶ୍ୱରୀ ଏବଂ ପାଟଣା ମହାରାଜାଙ୍କ ନାମ ନକ୍ଷତ୍ରକୁ ଗଣନା କରି ଏଥରର ଶୁଭ ଲଗ୍ନ ବାହାର କରିଛନ୍ତି ରାଜଜ୍ୟୋତିଷ ଓ ପଣ୍ଡିତମାନେ।ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୧୪ ତାରିଖ ଶୁକ୍ରବାର ତୁଳା ଲଗ୍ନରେ ସକାଳ ୧୦ଟା ୧୫ରୁ ୧୦ଟା ୨୯ ଭିତରେ ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଅର୍ପଣ କରାଯିବ। ପରେ ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିବେ । ପରମ୍ପରା ଅନୁସାରେ ଆଜି ଶୈଳଶ୍ରୀ ପ୍ୟାଲେସ୍‌ ପରିସରରେ ଥିବା ନୀଳକଣ୍ଠ ମନ୍ଦିରଠାରେ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପରେ ନୂଆଁଖାଇ ଲଗ୍ନକୁ ସାର୍ବଜନୀନ କରଯାଇଥିଲା।ଲଗ୍ନ ନିର୍ଦ୍ଧାରଣ କମିଟି ସଭାପତି ପଣ୍ଡିତ ଟିକେଶ୍ୱର ନିର୍ଣ୍ଣୟ କରାଯାଇଥିବା ଜଣାପଡିଛି ।

0
0
0
s2sdefault