ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ଯୋଜନାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୩ଗୋଟି ଉଦ୍‍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ପ୍ରକାରେ ପ୍ରଥମ ପର୍ଯାୟରେ ଗଜପତି ଜିଲ୍ଲାର ୩ ଗୋଟି ସ୍ଥାନରେ ଯଥା ପାରଳାଖେମୁଣ୍ଡି, ବାଘଶାଳା, ଓ ରାମଗିରି ଠାରେ ସ୍ୱାସ୍ଥ୍ୟ ଓ ଆରୋଗୀ କେନ୍ଦ୍ର ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି ।

କେନ୍ଦ୍ର ସରକାରଙ୍କ ଯୋଜନା ପ୍ରକାରେ ପୁର୍ବରୁ ଥିବା ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଧୁନିକୀକରଣ  କରାଯାଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ  ରୁପାନ୍ତରୀତ କରାଯାଇଛି ।

ଏହି କେନ୍ଦ୍ର ଉଦ୍‍ଘାଟନ ଅବସରରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ବିଭାଗ ଏ.ଡି.ଏମ.ଓ ଡା ପ୍ରଦୀପ କୁମାର ପାଢୀଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ନିଜ ସ୍ୱାସ୍ଥ୍ୟ ରକ୍ଷା ନିଜେ ଠିକ ରଖିବାକୁ ହେବ ଏଥିପାଇଁ ପରିବେଶ ଚତୁଃପାର୍ଶ୍ୱ ସଫାସୁତରା ରଖିଲେ ମଶାଙ୍କ ପ୍ରାଦୁର୍ଭାବ ବଢିବ ନାହିଁ କି ଡେଙ୍ଗୁ ହେବ ନାହିଁ । କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନାରେ ଉଦିଷ୍ଠ ଏହି କେନ୍ଦ୍ର କାର୍ଯ୍ୟାରମ୍ଭ ହେବା ଫଳରେ ଏହା ଦ୍ୱାରା ୧୨ଗୋଟି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ  ସମସ୍ତ ପ୍ରକାର ଚିକିତ୍ସା ହେବା ଉପଲବ୍ଧ ହୋଇପାରିବ । ଯାହା ଫଳରେ ଏ ଅଞ୍ଚଳ ସମେତ ପାଖାପାଖି ପଞ୍ଚାୟତ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବା କ୍ଷେତ୍ରରେ ବେଶ ଉପକୃତ ହୋଇ ପାରିବେ ବୋଲି କହିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିପିନ ବିହାରୀ ପାଣିଗ୍ରାହୀ ଯୋଗ ଦେଇ ଏହି କେନ୍ଦ୍ର ଦ୍ୱାରା ୧୨ ଗୋଟି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୌଶର ସ୍ୱାସ୍ଥ୍ୟ, ସେବା ସମେତ ଜନସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସେବା ସବୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗୋଷାଣି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ଆମ୍ମା, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଧର, ଏ.ଡି.ଏମ.ଓ ଡା ଭି.ଲୋକନାଥ ରାଜୁ, ଡି.ପି.ଏମ୍‍ ସୌମ୍ୟଶ୍ରୀ ଗୌଡ, ଓ.ଏମ.ଆର.ଏଲ.ଏଚ ସୁଶାନ୍ତ କୁମାର ନାୟକ, ସ୍ୱାସ୍ଥ୍ୟ ଅଧିକାରୀ ଡା.ପତିତପାବନ ବାରିକ, ଡା. ଜେ.ଅରୁଣା କୁମାରୀ ପ୍ରମୁଖ ଯୋଗଦେଇଥିବା ବେଳେ ସ୍ୱାସ୍ଥ୍ୟ ସହକାରୀ ନାଗେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଯୋଜନାରେ ଦେଶରେ ୧୧୫ ଗୋଟି ଅନୁନ୍ନତ ଜିଲ୍ଲାରେ ଅଧିକ ଓ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସେ ପାଇରେସନାଲ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ଏ ଦିଗରେ ସମଗ୍ର ଓଡିଶାରେ ୧୦ ଗୋଟି ଜିଲ୍ଲା ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗଜପତି ଜିଲ୍ଲା ଅନ୍ୟତମ । ଯାହାକି ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩ଟି ସ୍ଥାନ ପାରଳାଖେମୁଣ୍ଡି ବାଘଶାଳା ଓ ରାମଗିରିରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‍ଘାଟିତ ହୋଇଛି ।

 

0
0
0
s2sdefault