ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାର ୭ ଜଣ ଅଧିକାରୀଙ୍କୁ “ଷ୍ଟାର ପରଫର୍ମର” ପୁରସ୍କାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସିପିଟିଆଇ ପ୍ରେକ୍ଷାଳୟଠାରେ ଅଗଷ୍ଟ ୧୪ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସ ନିମନ୍ତେ କାରଖାନାର ୭ ଜଣ ଅଧିକାରୀଙ୍କୁ “ଷ୍ଟାର  ପରଫର୍ମର” ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କୃତ ଅଧିକାରୀମାନେ ସପତ୍ନୀକ ସିଇଓଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପି କେ ପ୍ରଧାନ, ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ, ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ ଏବଂ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।   

ପୁରସ୍କୃତ ଅଧିକାରୀ ମାନେ ହେଉଛନ୍ତି, କୋକ ଓଭେନ ମେକାନିକାଲ ବିଭାଗର ମ୍ୟାନେଜର, ଶ୍ରୀ ପୁରୁଷୋତ୍ତମ କୁମାର, ବ୍ଳାଷ୍ଟ ଫର୍ଣ୍ଣେସ ଅପରେସନ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ବିଜୟ କୁମାର ମହାନ୍ତି, ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ସଞ୍ଜୟ କୁମାର ଦାସ, ନୂତନ ପ୍ଳେଟ ମିଲ ଅପରେସନ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ନିତିଶ ଚନ୍ଦ୍ର, ସପ୍ସ ବିଭାଗର ସିନିୟର ମ୍ୟାନେଜର, ଶ୍ରୀ ଶୁଭଜିତ ପ୍ରାମାଣିକ, ଇନଷ୍ଟୃମେଣ୍ଟେସନ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ରବିଶ ପାଟିଦାର  ଓ ଟ୍ରାଫିକ ଏବଂ ର ମେଟେରିଆଲ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ଧିରଜ କୁମାର ।  

ଏହି ଅବସରରେ ନିଜର ଉଦବୋଧନରେ ସିଇଓ ପୁରସ୍କୃତ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କୁ କାରଖାନାର ପ୍ରଗତିରେ ଯୋଗଦାନ ନିମନ୍ତେ  ଅଭିନନ୍ଦନ ଜଣାଇଥିଲେ। “ଆରଏସପି ସମ୍ପ୍ରତି ସେଲରେ ଷ୍ଟାର ପରଫର୍ମର ରୂପେ ପରିଚିତ ହୋଇଛି ଏବଂ ଏହା ଆପଣମାନଙ୍କ ଭଳି ବ୍ୟକ୍ତିବିଶେଷଙ୍କ ଯୋଗୁଁ ସମ୍ଭବପର ହୋଇପାରିଛି,” ବୋଲି ସେ ଉଲ୍ଲେଖ କରିଥିଲେ । ସିଇଓ ଇସ୍ପାତ କାରଖାନାର ସାଂପ୍ରତିକ ଉତ୍ପାଦନ ଧାରା ଓ ଆର୍ଥିକ ସ୍ଥିତି ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବା ନିମନ୍ତେ ଆମ ନିକଟରେ ଯଥେଷ୍ଟ ସୁଯୋଗ ରହିଛି ।

ଶ୍ରୀ ପି କେ ପ୍ରଧାନ,  ଶ୍ରୀ ରାଜୀବ ଅଗ୍ରୱାଲ ଓ ଶ୍ରୀ ଗୌତମ ବାନାର୍ଜୀ ମଧ୍ୟ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ପୁରସ୍କାର ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପିଏଲଓଡ଼ି ବିଭାଗର ଡ଼ିଜିଏମ, ଶ୍ରୀ ଆର କେ ବର୍ମା ଓ ତାଙ୍କର ବିଭାଗୀୟ ଦଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ମିକ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ସୁଶ୍ରୀ ଲୋପାମୁଦ୍ରା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଉଲ୍ଲେଖନୀୟ ଯେ, “ତ୍ରୟୋମାସର ଷ୍ଟାର  ପରଫର୍ମର” ପୁରସ୍କାର ଯୋଜନା ତ୍ରୟୋମାସିକ ଭିତ୍ତିରେ ଇ-୧ ରୁ ଇ-୫ ବର୍ଗର ଅଧିକାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନର ସ୍ୱୀକୃତି ପ୍ରଦାନ ନିମନ୍ତେ ପ୍ରଦାନ କରାଯାଉଛି। ୨୦୧୬ ଅକ୍ଟୋବର ମାସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ୫୬ ଜଣ ଅଧିକାରୀ ପୁରସ୍କାର ଲାଭ କରିଛନ୍ତି। 

0
0
0
s2sdefault