ହେଡଲାଇନସ୍:

ନୀତି ନିୟମ ଆଗରେ ହାର ମାନିଲା ମମତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାସ୍ତା କଡରୁ ଆଣିଥିବା ଶିଶୁ କୁ ନେଇଗଲା ପ୍ରଶାସନ

ଭଞ୍ଜନଗର, : ନୀତି ନିୟମ ଓ ଆଇନ ଆଗରେ ମାଆର ମମତା ହାର ମାନିଲା। ନିୟମର ଦ୍ବାହି ଦେଇ ରାସ୍ତାକଡରୁ ଆଣି ପାଖରେ ରଖିଥିବାରୁ ଏକ ଶିଶୁ କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାପରେ ଚାଇଲ୍ଡ୍ ଲାଇନ୍ ସଂସ୍ଥା ତାକୁ ନିଜ ହେପାଜତକୁ ନେଇଗଲା। ଆଉ ଦିନ କେଇଟା ଭିତରେ ଶିଶୁ ପ୍ରତି ଆତ୍ମିୟତା ବଢି ଯାଇଥିବାରୁ ହଠାତ୍ ଏଭଳି ବିଚ୍ଛେଦ ପରେ ସଂପୂର୍ଣ୍ଣ ଭାଙ୍ଗିପଡିଛି ପୁରା ପରିବାର। ଏଭଳି ହୃଦୟ ବିଦାରକ ଦୃଶ୍ୟ ଶନିବାର ଭଞ୍ଜନଗର ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି।
ଘଟଣା ଅନୁଯାୟୀ ଜଗନ୍ନାଥପ୍ରସାଦ ବ୍ଳକ୍ ବିଡିପୁର ଗ୍ରାମର ମହେଶ ପ୍ରସାଦ ରଥ ଗତମାସ ୩୦ ତାରିଖ ଦିନ ଅପରାହ୍ନ ସମୟରେ ଗ୍ରାମ ନିକଟ ବିଡିପୁର-ପଟାଧର ବ୍ରିଜ୍ ନିକଟରେ ଏକ ନବଜାତକ ଶିଶୁ ପଡିଥିବା ଖବର ପାଇଥିଲେ। ସେଠାରୁ ସେହି ଶିଶୁଟିକୁ ଘରକୁ ଆଣି ତାର ସେବା ଶୁଶ୍ରୁଶା କରିଥିଲେ। ପତ୍ନୀ ରୁଚିଶ୍ମିତା ଉଦ୍ଗାତା ତାକୁ ନିଜ ସନ୍ତାନ ଭଳି ଲାଳନ ପାଳନ କରିଥିଲେ। ଏସଂର୍ପକରେ ସେ ପୁଲିସ୍ ପ୍ରଶାସନକୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି। ଏହାପରେ ସ୍ବାସ୍ଥ ଅଧିକାରୀ,ପରିଦର୍ଶିକା,ଅଙ୍ଗନବାଡି କର୍ମୀ,ଆଶା ଦିଦି ପ୍ରମୁଖ ମହେଶଙ୍କ ଘରକୁ ଯାଇ ଶିଶୁଟିର ସ୍ବାସ୍ଥ ଅବସ୍ଥା ଯାଞ୍ଚ କରି ଫେରିଥିଲେ। ଏହି ସମୟରେ ମହେଶ ଏବଂ ତାଙ୍କ ପତ୍ନୀ ସରକାରୀ ନିୟମ ଅନୁଯାୟୀ ଉକ୍ତ ଶିଶୁଟିକୁ ନିଜ ପାଖରେ ରଖିବା ପାଇଁ ପ୍ରକାଶ କରିଥିଲେ। ଏହାପରେ ଶିଶୁଟିର ଓଜନ କମ୍ ରହିଥିବା ସହ ସ୍ବାସ୍ଥ ଖରାପ ରହିଥିବାରୁ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ସକାଳ ସମୟରେ ବ୍ରହ୍ମପୁରରୁ ଚାଇଲ୍ଡ୍ ଲାଇନ୍ ର ଏକ ଟିମ୍ ଭଞ୍ଜନଗର ଆସି ପୁଲିସ୍ ସହାୟତାରେ ଶିଶୁ ପୁତ୍ରଟିକୁ ନେଇଯାଇଥିଲେ। ଏହି ସମୟରେ ଶିଶୁଟିକୁ ଛାଡିବା ପାଇଁ ପରିବାର ଲୋକ ପ୍ରସ୍ତୁତ ନଥିବା ବେଳେ ପୁଲିସ୍ ନିୟମ ଅନୁଯାୟୀ ନେବାକୁ ବାଧ୍ୟ ବୋଲି କହିବା ସହ ବୁଝାଶୁଝା କରିଥିଲେ ମଧ୍ୟ ପରିବାର ଲୋକ ଏଥିରେ ରାଜି ହୋଇନଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ୍ ଉପସ୍ଥିତିରେ ଚାଇଲ୍ଡ୍ ଲାଇନ୍ ଟିମ୍ ଶିଶୁଟିକୁ ସାଙ୍ଗରେ ନେଇ ଯାଇଥିଲେ। ତାକୁ ପାଳନ କରିଥିବା ମହେଶଙ୍କ ପତ୍ନୀ ମଧ୍ୟ ସେମାନଙ୍କ ସାଙ୍ଗରେ ବ୍ରହ୍ମପୁର ଯାଇଥିବା ଜଣାପଡିଛି। ଏହାପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ମେଡିକାଲ୍ ପରିବେଶ ଶୋକାକୂଳ ହୋଇପଡିଥିଲା। ସେଠାରେ ଥିବା ପରିବାରର ସମସ୍ତ ସଦସ୍ୟ ଦୁଖରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ। ତାଙ୍କ ପିଲାକୁ ତାଙ୍କ ନିକଟକୁ ଫେରାଇ ଦେବା ପାଇଁ ନିବେଦନ କରିବା ସହ ପ୍ରଶାସନ ନିକଟରେ ନିବେଦନ କରିଥିବା ଜଣାପଡିଛି।

0
0
0
s2sdefault