ହେଡଲାଇନସ୍:

ଡୁଙ୍ଗୁରିପାଲି ଥାନାରେ ଛତିଶ ଗଡ଼ ରାଜ୍ୟକୁ ଯାଉଥିବା ୧୦୦ କ୍ୟୁଣ୍ଟାଲ ଚାଉଳ ବୋଝେଇ ମିନି ଟ୍ରକ ଜବତ ସହ ଡ୍ରାଇଭର ଅଟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ୧୦୦ କ୍ୟୁଣ୍ଟାଲ ଚାଉଳ ବୋଝେଇ ମିନି ଟ୍ରକକୁ ଜବତ କରି ଡ୍ରାଇଭ କୁ ଅଟକ ରଖିଛି ଡୁଙ୍ଗୁରିପାଲି ପୋଲିସ, ସୂଚନା ଜଣାଯାଏ ଯେ ଗତକାଲି ଗୁରୁବାର ରାତି ୯.୩୦ ଟା ସମୟରେ ଡୁଙ୍ଗୁରିପାଲି ପୋଲିସ ପେଟ୍ରୋଲିଙ୍ଗ କରୁ ଥିବା ବେଳେ ଜାତୀୟ ରାଜପଥ ଏନଏଚ ୨୬ ରାସ୍ତାର ଶିଶୁ ମନ୍ଦିର ଛକ ପାଖରେ ରାସ୍ତା ଯାଉଥିବାଏକ ମିନି ଟ୍ରକ ଗାଡ଼ି ନମ୍ବର CG04ML-8461କୁ ସନ୍ଧେହ କରି ଗାଡି ଟିକୁ ଅଟକାଇ ଯାଞ୍ଜ କରିଥିଲ। ଗାଡ଼ିରେ ଚାଉଳ ଲୋଡ ହୋଇଥିବା ଦେଖିବାକୁ ପାଇଥିଲେ। ଚାଉଳ ବୋଝେଇ ମିନି ଟ୍ରକ ଓ ଡ୍ରାଇଭ କୁ ଥାନା କୁ ଆଣିଥିଲେ, ଡ୍ରାଇଭ ଙ୍କୁ ପଚାରି ବାରୁ ଏହି ଚାଉଳ ଡୁଙ୍ଗୁରିପାଲି ପାଖରୁ ୧୦ଟନ(୧୦୦ କ୍ୟୁଣ୍ଟାଲ ) ଲୋଡ଼ ହୋଇଛି ତାହା ଛତିଶଗଡ (କୁରୁତ ) କୁ ଯାଉଥିଲା ବୋଲି ପ୍ରକାଶ କରିଥିଲା, ହେଲେ ଆଜି ସକାଳେ ଥାନା ଅଧିକାରୀ ଡୁଙ୍ଗୁରିପାଲି ବ୍ଲକ ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ଙ୍କୁ ଚାଉଳ ର ମାନ ପରୀକ୍ଷା କରିବା ପାଇଁ ଡାକିଥିଲେ, ଚାଉଳ ସବୁ ଜରି ପକେଟ ରେ ଭର୍ତ୍ତି ହୋଇ ଥିବା ଦେଖି ପିଡିଏସ କିମ୍ବା ଏମ ଡିଏମ୍ ଚାଉଳ ନୁହେଁ ବୋଲି ଯୋଗାଣ ନିରୀକ୍ଷକ କହିଥିଲେ, ପିଡିଏସ ବସ୍ତାରେ ଏକ ଷ୍ଟୀକର ଚିହ୍ନି ରହେ ଓ ପଂଚାୟତ କୁ ଯାଉଥିବା ଚାଉଳ ବସ୍ତା ଅଲଗା ରହେ ଏହା ପିଡିଏସ ଚାଉଳ ନୁହେଁ ବୋଲି କହିଥିଲେ, ତେବେ ଉକ୍ତ ଚାଉଳ କାହାର ଯେ ଡୁଙ୍ଗୁରିପାଲି ରୁ ଛତିଶଗଡ କୁ ଚାଲାଣ କରୁଛି, ଏହି ଛଅଚକିଆ ମିନି ଟ୍ରକ କୁ ଚାଉଳ ଚାଲାଣ କରିବାକୁ ଅନୁମତି ଦେଲା କିଏ, ମିନି ଟ୍ରକ ବୋଝେଇ ପକେଟରେ ଭିଟାମିନ ଯୁକ୍ତ ଚାଉଳ ଲୋଡ଼ ହୋଇ ଥିବାବେଳେ ଗାଡ଼ି ର କାଗଜ ପତ୍ର, ଚାଉଳ ଚାଲାଣ ରିସିଭ, ଡୁଙ୍ଗୁରିପାଲି ରୁ କାହା ଠାରୁ ଛତିଶଗଡ କୁ ଯାଉଛି, ଯିଏସ୍ଟି ଵିଲ, ସହ ସହ କ୍ୟୁ ଣ୍ଟାଲ ଚାଉଳ ବାହାର ରାଜ୍ୟ କୁ ଚାଲାଣ ପାଇଁ ଅନୁମତି ଦେଲା କିଏ ତାହା ବର୍ତ୍ତମାନ ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି, ଏ ନେଇ ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରାୟଣ ପଧାନଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ଓ ଚାଉଳ ବୋଝେଇ ଗାଡ଼ି ର ସମ୍ପୂର୍ଣ ତଥ୍ୟ ଜଣାପଡିଲା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ,

0
0
0
s2sdefault