ହେଡଲାଇନସ୍:

ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ -

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶକ୍ତି କ୍ଷେତ୍ରରେ ଭିଜନ ୨୦୪୭ ସାକାର କରିବା ସଂକଳ୍ପ l

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି କ୍ରମରେ ଆଜି ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ଉତ୍ସବ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ର ସଂସ୍ଥା ସମୂହ ଏନ ଟି ପି ସି, ଓ ପି ଟି ସି ଏଲ, ଟି ପି ଓ ଡବ୍ଲୁ ଡି ଏଲ ଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା,ସମ୍ମାନିତ ଅତିଥିଭାବେ
ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷl ଶାନ୍ତି ଲୁହା, ଜିଲ୍ଲା ପରିଷଦ ଜୋନ ୧ ସଦସ୍ୟ ଲବ କୁମାର ସାହୁ, ଏମ୍ ପି ନୋମିନି ନଳିନୀ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଯୋଗଦାନ କରିଥିଲେ l ପ୍ରାରମ୍ଭ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ଶୁଲିଆ ସଭାର ଉଦ୍ଦେଶ୍ଯ ସମ୍ବନ୍ଧରେ ଆଲୋକପାତ କରିଥିଲେ I ଏବେ ଦେଶରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଏବଂ ଜନସାଧାରଣଙ୍କ ସହଯୋଗରେ ଶକ୍ତି କ୍ଷେତ୍ରରେ ଏହି ବିକାଶମୂଳକ ଯାତ୍ରାରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ଆମେ ସକ୍ଷମ ହୋଇପାରିଛୁ l ନୂତନ ଜ୍ଞାନ କୌଶଳ ର ବିନିଯୋଗ ସହ ସୁଦକ୍ଷ ପରିଚାଳନା ଫଳରେ ଉପଭୋକ୍ତା ମାନଙ୍କୁ ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେଇ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇ ପାରିଛି ବୋଲି ସେ କହିଥିଲେ l ମୁଖ୍ୟ ଅତିଥି ସୂପାର ଠେଲା କହିଲେଯେ ବିଗତ ବର୍ଷ ମାନଙ୍କ ତୁଳନାରେ ଶକ୍ତି କ୍ଷେତ୍ରରେ ଅନେକ ସୁଧାର ଆସିଛି l ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କ ଦିନରାତି ପ୍ରଚେଷ୍ଟାରେ ଆମକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ମିଳିପାରୁଛି l ଏଣୁ ଆମେ ଯୋଗାଣ ଅସୁବିଧା ସମୟରେ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଉଚିତ I କାର୍ଯ୍ୟକ୍ରମ ଅବସରରେ ବିଦ୍ୟୁତ ଉତ୍ପାଦନ, ଏହାର ସଂରକ୍ଷଣ, ଜଳ ବିଦ୍ୟୁତ ତଥା ବିଭିନ୍ନ ରିନ୍ୟୁଏବେଲ ଏନର୍ଜି ର ଉତ୍ପାଦନ ଓ ଏହାର ବହୁଳ ବ୍ୟବହାର ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା I
ଭବିଷ୍ୟତ ଶକ୍ତି ସଂରକ୍ଷଣ ପାଇଁ ଆମ ସମସ୍ତଙ୍କୁ ପ୍ରକୃତି ର ସୁରକ୍ଷା କରିବା ସହିତ ଏହାର ଉପଯୁକ୍ତ ସଂରକ୍ଷଣ ର ଆବଶ୍ୟକ l ବିଦ୍ୟୁତ ଶକ୍ତି ର ବିନିଯୋଗ ଉପଭୋଗ ପାଇଁ ନ ହୋଇ ଉପଯୋଗ କରିବା ନିମନ୍ତେ ସରକାର ଜନସାଧାରଣଙ୍କ ଙ୍କୁ ଅନୁରୋଧ କରିଛନ୍ତି।
ଉଭୟ ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ରାଜ୍ଯରେ ବିଜୁଳି ଉତ୍ପାଦନ କ୍ଷମତା ବୃଦ୍ଧିହୋଇ ଏହା ର ଶକ୍ତି ଅଭାବକୁ ଦୂର କରିବା ସହିତ ରାଜ୍ଯକୁ ବଳକା ଶକ୍ତିରେ ପରିଣତ କରିପାରିଛି l
ଏବେ ଦେଶର ଶତପ୍ରତିଶତ ଗ୍ରାମକୁ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରାଯାଇଛି । ଦେଶ ତଥା ରାଜ୍ୟ ର ଶକ୍ତି ଭିତ୍ତି ଭୂମି ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଦୃଢ କରାଯାଇ ଗ୍ରାମାଞ୍ଚଳର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ
କରାଯାଇପାରିଛି l ଏହି ଅବସରରେ ସୋନପୁର ନାଟ୍ୟ ଚକ୍ର ଦ୍ୱାରା ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ଓ ଏହାର ସୁଦୂର ପ୍ରସାରୀ ସଫଳତା ଉପରେ ଏକ ସୁନ୍ଦର ନାଟକ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।
ଉତ୍ସବରେ ଜିଲ୍ଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀ ଏନ ଟି ପି ସି , AGM ସୁଧାଂଶୁ ଶେଖର ପ୍ରଧାନ, OPTCL ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ସାହୁ, ଓପିଟିସିଏଲ DGM ନିରଞ୍ଜନ ପଣ୍ଡା ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ,
,ସ୍ଥାନୀୟ ଜନ ପ୍ରତିନିଧି,ଏସ ଏଚ ଜି ସଦସ୍ୟା, ବିଦ୍ୟୁତ ହିତାଧିକାରୀ, ଉପଭୋକ୍ତା,ବୁଦ୍ଧିଜୀବୀ, ସାମ୍ବାଦିକ , ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l ଶ୍ରୀ ପ୍ରଦ୍ୟୁମ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ Iଉତ୍ସବର ସଫଳତା ପାଇଁ ସୈଭାଗ୍ୟ ରଞ୍ଜନ ସାମଲ ପ୍ରଶାସନ କୁ ଧନ୍ୟବାଦ ଦେବା ସହ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଆଜିର ଏହି ଉତ୍ସବ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା l

0
0
0
s2sdefault