ବରଗଡ :- ବରଗଡ଼ର ବିକାଶ ସ୍କୁଲରେ ପ୍ରଥମ ଶ୍ରେଣୀର ଛାତ୍ର ଆଦିତ୍ୟ ରାଜ ସାହୁ ମୃତ୍ୟୁ ଘଟଣାର ତଦନ୍ତ ଏବଂ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ନ୍ୟାୟ ଓ ସରକାରୀ ସହାୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବରଗଡ଼ର ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତାରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବରଗଡ଼ ବନ୍ଦ ଡାକରାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ବରଗଡ଼ର ସମସ୍ତ ରାଜନୈତିକ ଓ ଅଣରାଜନୈତିକ ଦଳ, ବିଭିନ୍ନ ସଂଗଠନ, ସମାଜସେବୀ ଅନୁଷ୍ଠାନ ଏହି ବନ୍ଦରେ ସ୍ବତପ୍ରବୃତ ଭାବରେ ସମ୍ମର୍ଥନ ଜଣାଇ ସାମିଲ ହୋଇଛନ୍ତି । ପୋଲିସ ପ୍ରଶାସନ ବିକାଶ ସ୍କୁଲକୁ ତଦନ୍ତ ପରିସର ଭୁକ୍ତ ପରିବର୍ତେ ନ୍ୟାୟ ପାଇଁ ଓ ଶିଶୁ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚାହୁଁଥିବା ଅଭିଭାବକ ଓ ଆନ୍ଦୋଳନକାରୀ ଙ୍କର ସ୍ୱରକୁ ଚାପି ଦେବା ପାଇଁ ଜିଲ୍ଲାର ଜଣାଶୁଣା ସାମ୍ବାଦିକ ଶ୍ରୀ ବିରେନ୍ଦ୍ର ପ୍ରଧାନ ଙ୍କର ସମେତ ନଅ ଜଣଙ୍କ ବିରୋଧ ରେ 307 ଭଳି 10 ଗୋଟି ଅନ୍ୟ ଦଫାରେ କେଶ ରୁଜୁ କରିଛି । ଏଣୁ ଆଜି ଆନ୍ଦୋଳନ ରତ ଜନସାଧାରଣ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି । ଗତ 20 ତାରିଖରେ ବରଗଡ଼ Vikash first step ସ୍କୁଲ ର 6 ବର୍ଷ ବୟସ ପ୍ରଥମ ଶ୍ରେଣୀ ଛାତ୍ର ଆଦିତ୍ୟ ରାଜ ସାହୁ ଗତ 20 ତାରିଖ ଦିନ ଖେଳ ପିରିୟଡ଼ ଖେଲୁଥିବା ସମୟରେ ପଡିଯାଇ ତାଙ୍କର ମୁଣ୍ଡ ଫାଟି ଯାଇଥିଲା ।
ତେବେ ସ୍କୁଲ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାର ମୃତ୍ୟୁ ହୋଇଥିବା ନେଇ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ତାପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏହାର ତଦନ୍ତ ଦାବି ନେଇ ସ୍କୁଲ ସମ୍ବୁଖରେ ମୃତ ଛାତ୍ରର ପରିବାର ଓ ଅଭିଭାବକ ମାନେ ଆନ୍ଦୋଳନକୁ ଓଲ୍ହାଇଥିଲେ । ତେବେ ସ୍କୁଲର ବିଭିନ୍ନ ଅବ୍ୟବସ୍ଥା ଯୋଗୁ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ଅଭିଭାବକଙ୍କ ପକ୍ଷରୁ ହୋହାଲ୍ଲା ହୋଇଥିବା ବେଳେ ସ୍କୁଲ କତ୍ତୃପକ୍ଷ ଓ ପୋଲିସ ସହ କଥା କଟାକଟି ହୋଇଥିଲା ଓ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଭଳି ପରିସ୍ଥିତିରେ ପୋଲିସ ଛାତ୍ରଙ୍କ ମୃତ୍ୟୁର ତଦନ୍ତ କରିବା ବଦଳରେ ଆନ୍ଦୋଳନ କରୁଥିବା ୯ ଜଣ ଅଭିଭାବକଙ୍କ ନାଁରେ ବିଭିନ୍ନ ଧାରା ନେଇ ମାମଲା ରୁଜୁ କରିବା ସହ ଗିରଫ ପରୱାନା ଜାରି କରିଛି ,ଏହାର ପ୍ରତିବାଦରେ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ଖୁବ୍ଶୀଘ୍ର ପୋଲିସ ରୁଜୁ କରିଥିବା ମିଛ ମାମଲାକୁ ପ୍ରତ୍ୟାହାର କରିବା ସହ ଆଦିତ୍ୟ ରାଜ ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ସହ ପରିବାରକୁ ନ୍ୟାୟ ଓ ଆର୍ଥିକ ସହାୟତା 5 କୋଟି ଯୋଗାଇଦେବାକୁ ଦାବି କରିଛି ବରଗଡ଼ର ସଚେତନ ନାଗରିକ ମଞ୍ଚ ।
ରାଜ୍ୟ
ବିକାଶ ସ୍କୁଲରେ କୁନି ଛାତ୍ରର ମୃତ୍ୟୁ ଘଟଣା , ଆଜି ବାର ଘଣ୍ଟିଆ ବରଗଡ଼ ବନ୍ଦ
- Hits: 1432