ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ନିକଟ ସୁକିଦା ଗ୍ରାମରୁ ୧୪୩ ଗ୍ରାମ ଓଜନର ବ୍ରାଉନ ସୁଗାର ଏକ ମହିଳା ଭାରତୀ ସାହୁଙ୍କ ଠାରୁ ଜବତ କରାଯାଇଛି l ଏହି ବ୍ରାଉନ ସୁଗାର ମୂଲ୍ୟ ୧୪ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ବୈଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି l ଅବକାରୀ ଇନିସ୍ପେକ୍ଟର, ଜଗତସିଂହପୁର ଶ୍ରୀ ନିମାଇଁ ଚରଣ ସିଂହ ଓ ଟିମ ମାଛଗାଁ ଅଞ୍ଚଳର ସୁକିନ୍ଦା ଗ୍ରାମର ସୁଦର୍ଶନ ସାହୁଙ୍କ ପତ୍ନୀ ଭାରତୀ ସାହୁଙ୍କ ଠାରୁ ଜବତ କାରୀ ପି. ଆର. କେସ ନଂ ୨୦/୨୨-୨୩ ରେ ମାମଲା ରୁଜୁ କରିଛନ୍ତି l ଅଭିଯୁକ୍ତ ଭାରତୀ ସାହୁଙ୍କୁ ଜିଲ୍ଲା ଓ ସେସନ୍ସ ଜଜ, ଜଗତସିଂହପୁର କୋର୍ଟ କୁ ଫରୱାଡ କରିଛନ୍ତି l ଏହି ଚଢ଼ାଉ ବେଳେ ଇନିସ୍ପେକ୍ଟର ଙ୍କ ସହ ଓ. ଆଇ. ସି ରଞ୍ଜୁଲତା ବାରିକ, ସରୋଜ କୁମାର ସାହୁ ଅବକାରୀ କନେଷ୍ଟବଳ ପ୍ରକାଶ କୁମାର ରାଉତ ଓ ଜୟଦେବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂଚନା ପ୍ରଦାନ କରିଛନ୍ତି l
ରାଜ୍ୟ
ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ 143 ଗ୍ରାମର ବ୍ରାଉନ ସୁଗାର ଜବତ
- Hits: 330