▫️ଚାଷୀଙ୍କୁ ଅଭିନଵ ଉପାୟରେ ଠକେଇ ଚାଲିଥିବାର ଅଭିଯୋଗ
▫️ମୋ ପୋଖରୀ ଖନନ ପାଇଁ ଆସୁଥିବା ଟଙ୍କା ମୁତାବକ କାମ ହେଉନାହିଁ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ସହ ଜଳ ସଂରକ୍ଷଣ ପାଇଁ ସରକାର ଜଳ ବିଭାଜିକା ଯୋଜନାରେ କୃଷି କ୍ଷେତ୍ରରେ ପୋଖରୀ ଖନନ କରୁଛନ୍ତି । ଏଥିପାଇଁ ସରକାର ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି । ହେଲେ ମତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଓ ବେଲପଡା ବ୍ଲକରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ଚାଷୀଙ୍କୁ "ମୋ ପୋଖରୀ" ଯୋଜନାରେ ପୋଖରୀ ଖୋଳିବା ପାଇଁ ହେଲେ ଚାଷୀ ଜଣଙ୍କ କିଛି ଲାଭ ପାଉନ ଥିବା ବେଳେ କେତେ ଟଙ୍କା ବ୍ୟୟରେ ଏହି ପୋଖରୀ ଖୋଲା ଯାଉଛି ତାହା ମଧ୍ୟ ଜାଣିପାରୁନାହିଁ । ମୃତ୍ତିକା ସଂରକ୍ଷଣ ବିଭାଗର ଫିଲ୍ଡ କର୍ମଚାରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଳିମିଶି କିଭଳି ସରକାରଙ୍କୁ ଚୁନା ଲଗାଇଛନ୍ତି ସେ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଆଉ ଏବେ କେବିକେ ବଲାଙ୍ଗୀର ଜିଲ୍ଲାର ବେଲପଡା ଓ ଖପ୍ରାଖୋଲ ବ୍ଲକରେ ସେହି ଚିନ୍ତା ଜନକ ମହାଦୁର୍ନୀତିର ତାଲିକା ଲମ୍ବିବାରେ ଲାଗିଛି। ପ୍ରାୟ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସମାନ ଧରଣର ଅଭିଯୋଗ ମିଳିବାରେ ଲାଗିଛି । କେଉଁଠି ହିତାଧିକାରୀଙ୍କ ଅଜାଣତରେ କାମ ହେଉଛି ତ କେଉଁଠି ସରକାରୀ ଜାଗାରେ ପୋଖରୀ ଖୋଳା ହୋଇଛି । ଏପରି କି ଠିକାଦାର ମେସିନ ଦ୍ୱାରା ପୋଖରୀ ଖୋଳିଥିବା ନେଇ ଅଭିଯୋଗ ହୋଇଛି । ଏଣୁ ଏଭଳି ସ୍ଥିତିରେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଥିବାର ସାଧାରଣରେ ମତ ପ୍ରକାଶ ପାଉଛି !!